ETV Bharat / state

କାଜୁ ବାଡରେ ନିଆଁ, ଜଳିଗଲା ଅନେକ ଗଛ - fire in cashew field

କାଜୁ ବାଡରେ ନିଆଁ, ଜଳିଗଲା ବହୁ ସଂଖ୍ୟାରେ ଗଛ । ଘସିପୁରା ବ୍ଳକ୍ ଗଡ଼ବାନ୍ଧଗୋଡ଼ା ମେଘନାଦପାଇ କୁଣ୍ଡି କାଜୁ ଜଙ୍ଗଲରେ ଆଜି ନିଆଁ ଲାଗି ବହୁ ଗଛ ପୋଡ଼ିଯାଇଛି । ଅଧିକ ପଢନ୍ତୁ...

fire in cashew field in anandpur
କାଜୁ ବାଡରେ ନିଆଁ, ଜଳିଗଲା ବହୁ ସଂଖ୍ୟାରେ ଗଛ
author img

By

Published : Mar 26, 2021, 1:37 PM IST

ଆନନ୍ଦପୁର: କାଜୁ ବାଡରେ ନିଆଁ । ଘସିପୁରା ବ୍ଳକ୍ ଗଡ଼ବାନ୍ଧଗୋଡ଼ା ମେଘନାଦପାଇ କୁଣ୍ଡି କାଜୁ ଜଙ୍ଗଲରେ ଆଜି ନିଆଁ ଲାଗି ବହୁ ଗଛ ପୋଡ଼ିଯାଇଛି ।

କାଜୁ ବାଡରେ ନିଆଁ, ଜଳିଗଲା ବହୁ ସଂଖ୍ୟାରେ ଗଛ

ଆନନ୍ଦପୁର ଅନ୍ତର୍ଗତ ମେଘନାଦିପାଇର ୭୭୨ ଏକର ନୂଆ ଏବଂ ପୁରୁଣା କାଜୁ ଜଙ୍ଗଲକୁ ସେହି ଗ୍ରାମର ଜୟନ୍ତ ଗାନ୍ଧି ବିଶ୍ବାଳ ନାମକ ଜଣେ ବ୍ୟକ୍ତି ୩ ବର୍ଷ ପାଇଁ ଓଡ଼ିଶା କାଜୁ ନିଗମଠାରୁ ନିଲାମ ନେଇଥିଲେ । ଉକ୍ତ କାଜୁ ଜଙ୍ଗଲରେ କିଛିଦିନ ତଳେ ନିଆଁ ଲାଗି ୭ରୁ ୧୦ ଏକର ଅଞ୍ଚଳର କାଜୁଗଛ ପୋଡି ନଷ୍ଟ ହୋଇଥିଲା। ଆଜି ପୁଣି ନିଆଁଲାଗି ଅନେକ କାଜୁ ଗଛ ପୋଡିଯାଇଛି । ଘସିପୁରା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । କେହି ଦୁର୍ବୃତ୍ତ ଜାଣିଶୁଣି କାଜୁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ନିଲାମଧାରୀ ବିଶ୍ବାଳ ଅଭିଯୋଗ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.