ETV Bharat / state

ବିପର୍ଯ୍ୟୟ ମୁକାବିଲା ନେଇ ମକ ଡ୍ରିଲ - ବିପର୍ଯ୍ୟୟ ପ୍ରଶମନ ମୁକାବିଲା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ମକ୍‌ ଡ୍ରିଲ

ବିପଦ ବେଳେ ନିଜକୁ ବଞ୍ଚାଇବା ସହ ଅନ୍ୟକୁ କିପରି ବଞ୍ଚାଇ ହେବ ସେନେଇ ଅନେକ ପ୍ରଶିକ୍ଷଣ ଲୋକମାନଙ୍କ ସହ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥାଏ । ଏହି କ୍ରମରେ ଶୁକ୍ରବାର ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଡାକ୍ତର, ନର୍ସ ଓ ସୁରକ୍ଷା କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଅଗ୍ନିଶମ କର୍ମଚାରୀ ।

Mock drill in anandapur medical staff
ବିପର୍ଯ୍ୟୟ ପ୍ରଶମନ ମୁକାବିଲା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ମକ୍‌ ଡ୍ରିଲ
author img

By

Published : Dec 13, 2019, 9:52 PM IST

ଆନନ୍ଦପୁର: ବିପଦ ବେଳେ ନିଜକୁ ବଞ୍ଚାଇବା ସହ ଅନ୍ୟକୁ କିପରି ବଞ୍ଚାଇ ହେବ ସେ ନେଇ ଅନେକ ପ୍ରଶିକ୍ଷଣ ଲୋକମାନଙ୍କ ସହ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥାଏ । ଏମିତି ଏକ କାର୍ଯ୍ୟକ୍ରମ ଅଗ୍ନିଶମ ବିଭାଗ ଦ୍ଵାରା ସାରା ରାଜ୍ୟରେ ଚାଲୁଥିବା ବେଳେ ଅଗ୍ନିଶମ କର୍ମଚାରୀ ମାନେ ନିଜର ଜ୍ଞାନକୌଶଳକୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଡାକ୍ତର, ନର୍ସ ଓ ସୁରକ୍ଷା କର୍ମୀମାନଙ୍କୁ ଶିଖାଇଛନ୍ତି।

ବିପର୍ଯ୍ୟୟ ପ୍ରଶମନ ମୁକାବିଲା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ମକ୍‌ ଡ୍ରିଲ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଆନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତର, ନର୍ସ ଓ ସୁରକ୍ଷା କର୍ମୀ ମାନଙ୍କୁ ବିପଦ ସମୟରେ କିପରି ସାହସର ସହିତ ନିଜକୁ ରକ୍ଷା କରିବେ ଏବଂ ଅନ୍ୟ ମାନଙ୍କୁ ରକ୍ଷା କରିପାରିବେ ସେ ନେଇ ପ୍ରଶିକ୍ଷଣ ଦେଉଛନ୍ତି । ଗ୍ୟାସ ଟାଙ୍କିରେ ନିଆଁ ଲାଗିଲେ ଏଥିରେ ଭୟଭୀତ ନହୋଇ ଗ୍ୟାସ ବାହାରୁଥିବା ନଳିକୁ କିପରି ବ୍ୟବହାର କରିବା ସହ ଛାତ ଉପରୁ ରଶି ସାହାଯ୍ୟରେ କିପରି ଉଦ୍ଧାର କରାଯାଇପାରିବ ସେ ନେଇ ବିଭିନ୍ନ କୌଶଳ ଶିଖାଇଥିଲେ ।

ଦୀର୍ଘ ୩ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମେଡ଼ିକାଲର ଏସଡ଼ିଏମଓଙ୍କ ସହ ଅନ୍ୟ ଡାକ୍ତର ନର୍ସ ଓ ସୁରକ୍ଷା କର୍ମୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଲୋକମାନଙ୍କୁ ସଚେତନ କରାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । ଅଗ୍ନିଶମ ବିଭାଗର ଏଭଳି କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ବାଗତ କରାଯାଇଛି । ତେବେ ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ଗାଁର ମହିଳା ଓ ଅନ୍ୟମାନଙ୍କୁ ସଚେତନ କରାଗଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଆନନ୍ଦପୁର ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:131219_AND_PKG_Mockdrill_anandpur
For_district_member

ଆଙ୍କର-ବିପଦ ବେଳେ ଆମେ ନିଜକୁ କିପରି ବଞ୍ଚାଇବା ସହ ଅନ୍ୟ କୁ ବଞ୍ଚାଇ ପରିବାର ଜ୍ଞାନ କୌଶଳ ବିଭିନ୍ନ ସମୟରେ ଲୋକ ମାନଙ୍କୁ ଶିଖାଇବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଶିଖାଯାଇଥାଏ। ଏମିତି କାର୍ଯ୍ୟକ୍ରମ ଅଗ୍ନିଶମ ବିଭାଗ ଦ୍ଵାରା ରାଜ୍ୟ ସାରା ଚାଲୁଥିବା ବେଳେ ଅଗ୍ନିଶମ କର୍ମଚାରୀ ମାନେ ନିଜର କୌଶଳ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ ରେ ଡାକ୍ତର ନର୍ସ ଓ ସୁରକ୍ଷା କର୍ମୀ ମାନଙ୍କୁ ଶିଖାଇଛନ୍ତି। ଦେଖିବା ଏଇ ରିପୋର୍ଟ

ଭିଓ-୧-ଟିକିଏ ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ ରେ ଆନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତର ନର୍ସ ଓ ସୁରକ୍ଷା କର୍ମୀ ମାନଙ୍କୁ ବିଭିନ୍ନ ବିପଦ ସମୟରେ କିପରି ସାହସର ସହିତ ନିଜକୁ ରକ୍ଷା କରିବା ସହ ଅନ୍ୟ କୁ ରକ୍ଷା କରିପାରିବେ ଶିଖାଉଛନ୍ତି। ଗ୍ୟାସ ଟାଙ୍କିରେ ନିଆଁ ଲାଗିଲେ ନଡ଼ରି ଗ୍ୟାସ ବାହାରୁଥିବା ନଳିକୁ କିପରି ବ୍ୟବହାର କରିବା ସହ ଛାତ ଉପରୁ ରଶି ସାହାଯ୍ୟ ରେ କିପରି ଉଦ୍ଧାର କରାଯାଏ ବିଭିନ୍ନ କୌଶଳ ଶିଖାଇଥିଲେ।

ବାଇଟି-୧-ଚନ୍ଦ୍ରିକା ସାହୁ, ନର୍ସ
ବାଇଟି-୨-ସସ୍ମିତା ଦେହୁରୀ, ନର୍ସ

ଭିଓ-୨-ଦୀର୍ଘ ୩ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମେଡ଼ିକାଲ ର ଏସଡ଼ିଏମଓ ଙ୍କ ସହ ଅନ୍ୟ ଡାକ୍ତର ନର୍ସ ଓ ସୁରକ୍ଷା କର୍ମୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଲୋକ ମାନଙ୍କୁ ସଚେତନ କରାଇବା ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ। ଏଭଳି କାର୍ଯ୍ୟକ୍ରମ କୁ ସବୁ ମହଲରେ ସ୍ୱାଗତ କରାଯାଇଛି।

ବାଇଟି-୩-ଧନେଶ୍ୱର ସେଠୀ,ଏସଡ଼ିଏମଓ,ଆନନ୍ଦପୁର
ବାଇଟି-୪-ପ୍ରତାପ ସିଂ, ଅଗ୍ନିଶମ ଅଧିକାରୀ, ଆନନ୍ଦପୁର

FVO-ଅଗ୍ନିଶମ ବିଭାଗର ଏଭଳି କାର୍ଯ୍ୟକ୍ରମ କୁ ବୃଦ୍ଧିଜୀବୀ ମାନେ ପ୍ରଶଂସା କରିବା ସହ ଗାଁଗାଁ ରେ ମହିଳା ଓ ଲୋକମାନଙ୍କୁ ମଧ୍ୟ ସଚେତନ କରାଗଲେ ଭଲ ହୋଇପାରନ୍ତା।(ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ)Body:XConclusion:X

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.