କେନ୍ଦୁଝର: ରାଜଧାନୀ ଦିଲ୍ଲୀରେ ଗୋଟିଏ ମଲରେ ନିଆଁ ଲାଗିବା ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ହାନି ହୋଇଛି । ସେହିଭଳି ଆଉ ଏକ ପ୍ଲାଷ୍ଟିକ ଫାକ୍ଟ୍ରିରେ ଏକ ସଙ୍ଗେ ନିଆଁ ଲାଗି ବହୁ ସମ୍ପତ୍ତି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ପରେ ଚେତିଛି ସମସ୍ତ ରାଜ୍ୟର ଅଗ୍ନିଶମ ବିଭାଗ । ଆଜି ଜିଲ୍ଲାର ବିଭିନ୍ନ ସପିଂମଲରେ ଏ ନେଇ ସୁରକ୍ଷା ଚେକିଂ ଆରମ୍ଭ କରିଛି ବିଭାଗ ।
ଓଡିଶା ସରକାରଙ୍କ ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସପିଂ ମଲ୍, ବ୍ୟବସାୟିକ ପ୍ରତିଷ୍ଠାନରେ ଅଗ୍ନି ନିର୍ଵାପକ ସୁରକ୍ଷା ନେଇ ଚେକିଂ କଡାକଡି କରାଯାଇଛି । ଆଜି କେନ୍ଦୁଝର ଅଗ୍ନିଶମ ବିଭାଗ ପକ୍ଷରୁ ସହରରେ ଥିବା ବହୁ ମଲରେ ସୁରକ୍ଷା ଚେକିଂ କରାଯାଇଛି । ଏହି ଚେକିଂ ନେଇ ସପିଂ ମଲ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ନେଇ ବ୍ୟବସ୍ଥା କରାଯିବ ବୋଲି କହିଥିବାବେଳେ ସାଧାରଣ ଜନତା ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ