କେନ୍ଦୁଝର: କେନ୍ଦୁଝର ବଡବିଲ ଷ୍ଟେସନରେ ଦୁର୍ଘଟଣା । ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିବା ନେଇ ମିଳିଛି ସୂଚନା ।
ବଲାଣି ସାଇଡିଂକୁ ଗଲା ବେଳେ ଟ୍ରେନର ଇଞ୍ଜନରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ସର୍ଟ ସର୍କିଟ କାରଣରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଏହାର କାରଣ ସମ୍ପର୍କରେ ରେଳ ବିଭାଗ ତଦନ୍ତ ଆରମ୍ଭ କରିଛି । ଦକ୍ଷିଣ ପୂର୍ବ ରେଳପଥର ଏହି ଷ୍ଟେସନରୁ ପ୍ରତିଦିନ ହଜାର ହଜାର ଲୁହାପଥର ପ୍ରତିଦିନ ଦେଶର କୋଣ ଅନୁକୋଣକୁ ଯାଇଥାଏ । ଷ୍ଟେସନ ଭିତରେ ଏପରି ଦୁର୍ଘଟଣାକୁ ଗୁରୁତର ସହ ଗ୍ରହଣ କରିଛି ରେଳ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ