ETV Bharat / state

ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ; ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ - ପଦ୍ମାବତୀ ବସ ଦୁର୍ଘଟଣାଗ୍ରସ୍ତ

ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ; ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ

author img

By

Published : Feb 19, 2021, 12:43 PM IST

Updated : Feb 19, 2021, 1:18 PM IST

12:31 February 19

ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ; ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ

ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଶାଳପଡା ନିକଟରେ ବଡ ଦୁର୍ଘଟଣା । ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ । ଦୁର୍ଘଟଣାରେ ‘ପଦ୍ମାବତୀ’ ବସର 50 ଯାତ୍ରୀ । କରଞ୍ଜିଆରୁ ଭୁବନେଶ୍ବର ଯାଉଥିବା ବସ ଉପରେ ହଠାତ ଏକ ଲୁହା ପଥର ବୋଝେଇ ଟ୍ରକ ଖସିପଡିଥିଲା । ଦୁର୍ଘଟଣାଟି  କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳପଡ଼ା ଓଭର ବ୍ରିଜ୍ ନିକଟରେ ଘଟିଛି । ଦୁର୍ଘଟଣାରେ କେବଳ ବସ କଣ୍ଡକ୍ଟର ଓ ଟ୍ରକ ଡ୍ରାଇଭର ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Feb 19, 2021, 1:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.