ETV Bharat / state

ଆସାଧୁ ସାମ୍ବାଦିକଙ୍କ ଭୟ, ଜିଲ୍ଲାପ୍ରଶାସନ ନିକଟରେ ଫେରାଦ ହେଲେ ସାମ୍ବାଦିକ - ଆସାଧୁ ସାମ୍ବାଦିକଙ୍କ ଭୟ

ଆନନ୍ଦପୁରର କିଛି ଆସାଧୁ ସାମ୍ବାଦିକଙ୍କ ପାଇଁ କିଛି ଦାୟିତ୍ବବାନ ସାମ୍ବାଦିକ ଲୋକଙ୍କ ପାଖରେ ବିଶ୍ୱାସ ହରାଉଛନ୍ତି । ପ୍ରଶାସନିକ ସ୍ତରରେ ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଦିଆଯାଇଛି ଦାବିପତ୍ର । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ଆସାଧୁ ସାମ୍ବାଦିକଙ୍କ ଭୟ
ସାମ୍ବାଦିକଙ୍କୁ ଆସାଧୁ ସାମ୍ବାଦିକଙ୍କ ଭୟ
author img

By

Published : Oct 29, 2020, 1:22 PM IST

ଆନନ୍ଦପୁର:ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ହେଲେ ସାମ୍ବାଦିକ। ଦେଶ ଦୁନିଆରେ ଘଟୁଥିବା ଟିକନିକ ଖବର ଲୋକଙ୍କୁ ଯୋଗେଇ ଦିଅନ୍ତି ସାମ୍ବାଦିକ । ଲୋକମାନଙ୍କ ହିତ ପାଇଁ ସର୍ବଦା କର୍ଯ୍ୟରତ ରହିଥାନ୍ତି ସେମାନେ । ସବୁବେଳେ ସଚ୍ଚୋଟ ଉପାୟ ଆପଣେଇ ନିଜର ଦାୟିତ୍ବ ତୁଲାଇଥାନ୍ତି । ଆନନ୍ଦପୁରରେ ଚାନ୍ଦା ମାଗି ଜଣେ ଅସାଧୁ ସାମ୍ବାଦିକ ନିଜର ସାମ୍ବାଦିକତା ଦାୟିତ୍ବବୋଧତାକୁ ଭୁଲିଯାଇଛନ୍ତି ।

ସାମ୍ବାଦିକଙ୍କୁ ଆସାଧୁ ସାମ୍ବାଦିକଙ୍କ ଭୟ

ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ଚାନ୍ଦା ମାଗି ବନ୍ଧା ହେଉଛନ୍ତି ଅସାଧୁ ସାମ୍ବାଦିକ । ସାମ୍ବାଦିକତାର ଅର୍ଥକୁ ଅନର୍ଥ କରୁଛନ୍ତି ଏହି ସାମ୍ବାଦିକ । ଅସାଧୁ ସାମ୍ବାଦିକଙ୍କର ଏପରି କାର୍ଯ୍ୟ କରିବା ଫଳରେ ଲୋକଙ୍କର ବିଶ୍ବାସ ହରାଉଛନ୍ତି ସାମ୍ବାଦିକ । କିଛି ସାମ୍ବାଦିକ ସାମ୍ବାଦିକତାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ବେଳେ ଏହି ସାମ୍ବାଦିକଙ୍କୁ ନକଲି ସାମ୍ବାଦିକଙ୍କ ଭୟ ଲାଗି ରହୁଛି। ନକଲି ସାମ୍ବାଦିକଙ୍କ ଚାନ୍ଦା ଆଦାୟ ଓ ଗିରଫ ଘଟଣା କାର୍ଯ୍ୟରତ ସାମ୍ବାଦିକଙ୍କୁ ବ୍ୟଥିତ କରୁଛି ।

ଅସାଧୁ ସାମ୍ବାଦିକଙ୍କୁ ପ୍ରଶାସନିକ ସ୍ତରରେ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରେସକ୍ଲବ ତରଫରୁ ଅନୁରୋଧ କରାଯାଇଛି। ଏ ନେଇ କେନ୍ଦୁଝର ଆନନ୍ଦପୁରର ପ୍ରେସକ୍ଲବ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.