ETV Bharat / state

କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦୁଝର ଚାଷୀଙ୍କ ବିକ୍ଷୋଭ

author img

By

Published : Dec 5, 2020, 4:24 PM IST

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛି କେନ୍ଦୁଝର ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ । ପଢନ୍ତୁ ଅଧିକ.....

କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦୁଝର ଚାଷୀଙ୍କ ବିକ୍ଷୋଭ

କେନ୍ଦୁଝର: କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କେନ୍ଦୁଝର ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ । ଏହି ଆଇନକୁ ବିରୋଧ କରିବା ସହ ପ୍ରତ୍ୟାହାର ଦାବିରେ ଜିଲ୍ଲାର ନବନିର୍ମାଣ କୃଷକ ସଂଗଠନ ଓ ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଛନ୍ତି ଚାଷୀ ।

ଜିଲ୍ଲାର ଏକାଧିକ ସଂଗଠନ ଗୁଡିକ ପକ୍ଷରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର ଆଣିଥିବା କୃଷକ ନିତୀକୁ ତୁରନ୍ତ ପ୍ରତ୍ୟାହାର କରିବା , ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ୨୦୨୦ ବିଦ୍ୟୁତ ବିଲ ପ୍ରତ୍ୟାହାର କରିବା ଇତ୍ୟାଦି ଦାବି କରିଛନ୍ତି କୃଷକ ମାନେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମଧ୍ୟ ନାରାବାଜି କରିଥିଲେ କୃଷକ । ଏହାକୁ ଆଖିରେ ରଖି କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.