ETV Bharat / state

କେନ୍ଦୁଝରରେ ନାହିଁ ବର୍ଷା, ଚାଷୀ ନିରାଶ - କେନ୍ଦୁଝରରେ ନାହିଁ ବର୍ଷା

କେନ୍ଦୁଝରରେ ନାହିଁ ବର୍ଷା, ଚାଷୀ ନିରାଶ । ବର୍ଷା ଅଭାବରେ କେନ୍ଦୁଝରରେ ଫାଟି ଆଁ କରିଛି ଚାଷ ଜମି । ତଳି ନଷ୍ଟ ହେଲାଣି । ଏସବୁ ଦେଖି ଚାଷୀ ହତାଶ ହୋଇପଡିଛି । ସେପଟେ ଚିନ୍ତା ନକରି ବର୍ଷା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଜିଲ୍ଲା କୃଷି ବିଭାଗ କହିଛି ।

ଡିଜାଇନ ଫଟୋ
author img

By

Published : Jul 26, 2019, 11:20 PM IST

କେନ୍ଦୁଝର: କଥାରେ ଅଛି, ଚାଷ ଯାହାର କି ଆନନ୍ଦ ତାହାର । କିନ୍ତୁ ଏହି ଆନନ୍ଦ ଆଉ ନାହିଁ ଚାଷୀ ଭାଇ ମନରେ । ଶ୍ରାବଣ ମାସ ସରିବାକୁ ବସିଲାଣି । ହେଲେ ବିଲରେ ପାଣି ନଥିବାରୁ ଚାଷୀ ହତାଶ । ଯାହା କିଛି ତଳି ପକାଇଥିଲେ ତାହା ଏବେ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଚଳିତ ବର୍ଷ କେନ୍ଦୁଝରରେ ନାହିଁ ବର୍ଷା । ବର୍ଷା ଅଭାବରୁ କେନ୍ଦୁଝର ଜିଲ୍ଲାରେ ମରୁଡି ସ୍ଥିତି । ଜିଲ୍ଲାର 13ଟି ବ୍ଲକରୁ 10ଟି ବ୍ଲକରେ ଏଭଳି ଅବସ୍ଥା । ତେବେ ଜଳସେଚନ ସୁବିଧା ନଥିବାରୁ ଚାଷୀ ମାନେ ବିଲକୁ କେବଳ ହଳ କରି ମୌସୁମୀକୁ ଅନାଇ ବସିଛନ୍ତି ।

ସେପଟେ ଜିଲ୍ଲା କୃଷି ବିଭାଗ ଏଥିପ୍ରତି ଚିନ୍ତିତ ନଥିବା ମନେ ହେଉଛି । ଜିଲ୍ଲାରେ ଡେରିରେ ତଳି ପକା ହୋଇଥିବାରୁ ଆସୁଥିବା ମୌସୁମୀ ବର୍ଷା ପରେ ଚାଷ କାର୍ଯ୍ୟ ସମ୍ପାଦନ ହେବ ବୋଲି କୃଷି ବିଭାଗ କହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ତଳି ନଷ୍ଟ, ବର୍ଷା ଭରସାରେ ଚାଷୀ ନିରାଶBody:
ଆଙ୍କର- କଥାରେ ଅଛି ,ଚାଷ ଅଛି ଯାହାର କି ଆନନ୍ଦ ତାହାର । କିନ୍ତୁ ଏହି ଆନନ୍ଦ ଆଉ ନାହିଁ ଚାଷୀ ଭାଇ ମନରେ । ଶ୍ରାବଣ ମାସ ସରିବାକୁ ବସିଲାଣି । ବିଲରେ ପାଣି ନାହିଁ । ଚାଷ ହେବ କେମିତି । ଭାରତର ଚାଷ କାର୍ଯ୍ୟ ସାଧାରଣତଃ ମୌସୁମୀ ବର୍ଷା ଉପରେ ନିର୍ଭର କରେ । କିନ୍ତୁ ଏହି ମୌସୁମୀ ଏବେ ଧୋକା ଦେଲା ପରି ମନେ ହେଉଛି । ମୌସୁମୀ ବର୍ଷା ରେ ବର୍ତ୍ତମାନ ସବୁ ବିଲରେ ତଳି ରୁଆ ସାରିଥିବା କଥା । କିନ୍ତୁ ବର୍ଷା ଅଭାବ ରୁ ବିଲ କୁ ଖାଲି ହଳ କରି ଚାଷୀ ଭାଇ ମାନେ ଛାଡି ଦେଇଛନ୍ତି । ଯେଉଁ ତଳି ସବୁ ବୁଣିଥିଲେ ସେ ଏବେ ନଷ୍ଟ ହେବାକୁ ବସିଲାଣି । ତଳି ଗୁଡିକ ପୋଡ଼ିଗଲାଣି ଯଦି ବର୍ଷା ହୁଏ କାହାକୁ ନେଇ ବିଲରେ ରୋଇବେ ବୋଲି ପ୍ରଶ୍ନ କରିଛି ଚାଷୀ । ଋଣ କରି ଚାଷକାର୍ଯ୍ୟ ଆରମ୍ଭ କରିଥିଲେ ଏବେ ଚାଷ ନହେଉଣୁ ସୁଝିବା ଚିନ୍ତା ଘାରିଲାଣି । ଏପରି ଅବସ୍ଥା ସାରା କେନ୍ଦୁଝର ଜିଲ୍ଲାରେ । ଜିଲ୍ଲାରେ ୧୩ଟି ବ୍ଲକ ରୁ ୧୦ ଟି ବ୍ଲକ ରେ ଏଭଳି ଅବସ୍ଥା । ଜିଲ୍ଲାର ଜଳସେଚନ ସୁବିଧା ନଥିବାରୁ ଚାଷୀ ମୌସୁମୀ ବର୍ଷା ଭରଷା ରେ ଦିନ କାଟିବାକୁ ପଡୁଛି । ଜିଲ୍ଲାରେ ଚଳିତ ଆର୍ଥିକ ବର୍ଷରେ କୃଷି ବିଭାଗ ଏକଲକ୍ଷ ଶତଶଠୀ ହଜାର ଦୁଇଶହ ପନ୍ଦର ହେକ୍ଟର ଜମି ରୁ ଅଂ ଚାଶ ହଜାର ଚାରି ଶହ ନବେ ହେକ୍ଟର ଚାଷଜମି ରେ ଚାଷ କରିବାକୁ ଧାର୍ଯ୍ୟ ଲକ୍ଷ ରଖିଛି । ସେଥି ମଧ୍ୟରୁ ଚାଳିଶ ହଜାର ଦୁଇଶହ ତିନି ହେକ୍ଟର ଜମିରେ ବୁଣା କାର୍ୟ୍ଯ ସାରିଥିବା ବେଳେ ନ ହଜାର ସାତ ସହ ସଇଁ ତିରିଶ ହେକ୍ଟର ରେ ରୁଆ କାର୍ଯ୍ୟ ସାରିଥିବା କୃଷି ବିଭାଗ ପ୍ରକାଶ କରିଛି ।ସେପଟେ କୃଷି ବିଭାଗ ନିଶ୍ଚିନ୍ତ ଭାବରେ ଥିବା ପରି ମନେ ହେଉଛି । ଜିଲ୍ଲାରେ ଡେରିରେ ତଳି ପକା ହୋଇଥିବାରୁ ଆସୁଥିବା ମୌସୁମୀ ବର୍ଷା ପରେ ଚାଷ କାର୍ଯ୍ୟ ସମ୍ପାଦନ କରିବାକୁ ଚାଷୀ ଭାଇଙ୍କୁ ବିଭାଗ ନିର୍ଦେଶ ଦେଇଛି ।

ବାଇଟ-୧-ପ୍ରାଣ ବଲ୍ଲଭ ଜେନା ( ଚାଷୀ)
ବାଇଟ-୨-ବସନ୍ତ ଜେନା ( ଚାଷୀ)
ବାଇଟ-୩-ମଦନ ମୋହନ ଜେନା ( ଚାଷୀ)
ବାଇଟ-୪-ଚିତ୍ତ ରଞ୍ଜନ ସାହୁ ( ଉପ ନିର୍ଦ୍ଦେଶକ, କୃଷି ବିଭାଗ)
ପିଟିସିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.