ETV Bharat / state

ଜିଲ୍ଲାପାଳଙ୍କ ଅଫିସ ପରିସରରେ ଧାନ ଢାଳି ପ୍ରତିବାଦ କଲା ଚାଷୀ ସଂଗଠନ

author img

By

Published : Jan 19, 2023, 6:59 PM IST

ଚାଷୀ ସମସ୍ୟା ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବସ୍ତା ବସ୍ତା ଧାନ ଢାଳି ପ୍ରତିବାଦ। ଅଧିକ ପଢନ୍ତୁ

famers protest
famers protest

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କେନ୍ଦୁଝର: ଜମିରେ ଫସଲ ଅମଳ କରି ବାଡିକୁ ଆଣିଛି ଚାଷୀ । ଧାର କରଜରେ ଧାନ ଚାଷ କରିଥିବା ଗରୀବ ଚାଷୀ ଏବେ ଏହାକୁ ବିକ୍ରି କରି ଦୁଇ ଟଙ୍କା ରୋଜଗାରର ଆଶା ରଖିଛି । ଏପରି ସ୍ଥିତିରେ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିବାରେ ବିଳମ୍ବ ଏବଂ ମଣ୍ଡିରେ କଟନୀଛଟନୀ ଚାଷୀଙ୍କ ସମସ୍ୟା ବଢାଇଛି । ଏନେଇ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ମଣ୍ଡି ସମସ୍ୟା ଦେଖିବାକୁ ମିଳିଛି । ଯାହାକୁ ନେଇ ଜିଲ୍ଲାର ଅନେକ ଅସନ୍ତୋଷ ଚାଷୀ ଏବେ ନିଜର ଉପାର୍ଜିତ ଧାନକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳି ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛି । ତିନି ଦଫା ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପ୍ରତିବାଦ କରିଛନ୍ତି ।

ଧାନକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବସ୍ତାବସ୍ତା ଧାନ ଢାଳି ପ୍ରତିବାଦ କରିଛନ୍ତି । ସରକାର ପ୍ରତିଶୃତି ଦେଇଥିଲେ କଟନିଛଟନି ହେବ ନାହିଁ । ବସ୍ତା ଫେରସ୍ତ ଦିଆଯିବ ଓ ଶ୍ରମିକ ପଇସା ମିଳିବ । ହେଲେ ଏ ସବୁକୁ ମିଲର ମାନୁ ନାହାନ୍ତି । ଫଳରେ ଚାଷୀ ବହୁ ଅସୁବିଧା ର ସମୁଖିନ ହେଉଥିବା କଥା କହିଛନ୍ତି ଆନ୍ଦୋଳନକାରୀ।

ଏଫ.ଏ.କ୍ୟୁ ବାହାନାରେ ସାରା ଓଡ଼ିଶାରେ ପ୍ରତି ମଣ୍ଡିରେ ୧୨ରୁ ୩ କେ.ଜି ଲେଖାଏଁ କାଟ କରାଯାଉଥିବା ବେଳେ ଜିଲ୍ଲା ପ୍ରଶାସନ, ରାଜନେତା, ସମବାୟ ସମ୍ପାଦକ ସମସ୍ତଙ୍କର ମିଲରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛି ସଂଗଠନ । ଯୋଗାଣ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ମଣ୍ଡିରେ ଧାନ କିଣା ହେଉ ନାହିଁ । ବହୁ ଗରିବ ଚାଷୀଙ୍କ ଧାନକିଣା ବେଳେ ଲୁଟ୍‌ର ଶିକାର ହେଉଛନ୍ତି । ଯଦି ଏ ସବୁକୁ ବନ୍ଦ ନ କରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ସେପଟେ ପ୍ରତିବାଦ ସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମବାୟ ଉପ ନିବନ୍ଧକ ପହଞ୍ଚି ସମସ୍ତ ପ୍ରତିଶୃତି ଦେବା ପରେ ପ୍ରତିବାଦରୁ ହଟିଛନ୍ତି ।

ସେହିପରି ଅନ୍ୟପଟେ ଜଗତସିଂହପୁରରେ ମଧ୍ୟ ଚାଷୀମାନେ ଆଜି ନିଜର କଷ୍ଟ ଉପାର୍ଜିତ ଧାନ ଫସଲକୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଢାଳି ଜିଲ୍ଲା ପ୍ରଶାସନର ଦାୟିତ୍ବହୀନତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା । କେହି କିଛି ବୁଝିବା ପୂର୍ବରୁ ସକାଳ ୭ଟା ସମୟରେ ୨୦ରୁ ୨୫ଜଣ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହା ସହିତ ନିଜ ସହ ଆଣିଥିବା ବସ୍ତାବସ୍ତା ଧାନକୁ ସେହିଠାରେ ଢାଳିଥିଲେ ମଣ୍ଡି ଓ ଚାଷୀ ସମସ୍ୟାକୁ ନେଇ ପ୍ରତିବାଦ କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.