ETV Bharat / state

ସକ୍ଷମ ପକ୍ଷରୁ ନେତ୍ରଦାନ ପକ୍ଷ ଆରମ୍ଭ - eye donate campaign in keonjhar

ଅନ୍ଧତ୍ୱ ମୁକ୍ତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ୱେଚ୍ଛାସେବୀ ସଂଗଠନ ସକ୍ଷମ । ଏହି ଲକ୍ଷ୍ୟ ପୁରଣ କରିବା ପାଇଁ ସଂଗଠନ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି । କେନ୍ଦୁଝର ଜିଲ୍ଲାର ଗୁରୁକୂଳ ବିଦ୍ୟାଳୟ ପରିସରରେ ସୋମବାର ସକ୍ଷମ ପକ୍ଷରୁ ନେତ୍ରଦାନ ପକ୍ଷ ଶୁଭାରମ୍ଭ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସକ୍ଷମ ପକ୍ଷରୁ ନେତ୍ରଦାନ ପକ୍ଷ ଆରମ୍ଭ
ସକ୍ଷମ ପକ୍ଷରୁ ନେତ୍ରଦାନ ପକ୍ଷ ଆରମ୍ଭ
author img

By

Published : Aug 31, 2020, 4:57 PM IST

କେନ୍ଦୁଝର: ଅନ୍ଧତ୍ୱ ମୁକ୍ତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ୱେଚ୍ଛାସେବୀ ସଂଗଠନ ସକ୍ଷମ । ଏହି ଲକ୍ଷ୍ୟ ପୁରଣ କରିବା ପାଇଁ ସଂଗଠନ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି । କର୍ଣ୍ଣୟା ଅନ୍ଧତ୍ୱ ମୁକ୍ତ ଭାରତ ଅଭିଯାନ (କାମ୍ବା) ମାଧ୍ୟମରେ ବାର୍ଷିକ ପଚାଶ ହଜାରରୁ ଊର୍ଦ୍ଧ୍ବ ନେତ୍ରଦାତା ସଂଗ୍ରହ ଲକ୍ଷ୍ୟ ରଖିଛି ସକ୍ଷମ । କେନ୍ଦୁଝର ଜିଲ୍ଲାର ଗୁରୁକୂଳ ବିଦ୍ୟାଳୟ ପରିସରରେ ସୋମବାର ସକ୍ଷମ ପକ୍ଷରୁ ନେତ୍ରଦାନ ପକ୍ଷ ଶୁଭାରମ୍ଭ ହୋଇଛି ।

ସକ୍ଷମ ପକ୍ଷରୁ ନେତ୍ରଦାନ ପକ୍ଷ ଆରମ୍ଭ

ଏହି ଅଭିଯାନ ମାଧ୍ୟମରେ ମୃତ୍ୟୁ ପରେ ଅନ୍ୟ ବ୍ୟକ୍ତିକୁ ନେତ୍ର ଦାନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ମୂଳ ଲକ୍ଷ୍ୟ । ଓଡ଼ିଶାରେ ପ୍ରତିବର୍ଷ ଦଶ ହଜାରରୁ ଊର୍ଦ୍ଧ୍ବ ନେତ୍ରଦାତା ଲକ୍ଷ୍ୟ ରଖି ସକ୍ଷମ ପକ୍ଷରୁ କାମ୍ବା ମାଧ୍ୟମରେ ନେତ୍ରଦାନ ପକ୍ଷ ଆରମ୍ଭ କରାଯାଇଛି ।

ଏହି ପକ୍ଷ ପାଳନ ଅବସରରେ ଯୋଗ ଦେଇଥିବା ସମସ୍ତ ସ୍ୱେଚ୍ଛାସେବୀମାନେ ନେତ୍ରଦାନ ଶପଥ ପତ୍ର ପୁରଣ କରିବା ସହ ଆଗାମୀ ଦିନରେ ଲୋକଙ୍କ ମନରେ ଏହି ମହତ କାର୍ଯ୍ୟ ପାଇଁ ସଚେତନତା ସୃଷ୍ଟି କରିବାକୁ ଶପଥ ନେଇଥିଲେ । ଏହି ପକ୍ଷ ଆସନ୍ତା ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.