ETV Bharat / state

ବୈତରଣୀ ବନ୍ୟାପାଣି ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ, ପ୍ରଶାସନ ସଜାଗ

କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ସ୍ଥିତି ପରଖିଛନ୍ତି ପ୍ରଶାସନିକ ଅଧିକାରୀ ।

author img

By

Published : Aug 27, 2020, 8:33 PM IST

Extensive areas are submerged
କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି

କେନ୍ଦୁଝର: ଗତ ତିନିଦିନ ଧରି ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ବାଂଶପାଳ, ଚମ୍ପୁଆ ଆଦି ବ୍ଲକରେ 200 ମିଲିମିଟରୁ ଊର୍ଦ୍ଧ୍ବ ବର୍ଷା ହୋଇଛି । ଏହି ବର୍ଷା ଯୋଗୁଁ ନଈନାଳ ସବୁ ବିପଦ ସଙ୍କେତ ଡେଇଁ ପୋଲ ଉପରେ ମଧ୍ୟ ପାଣି ଚାଲିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ସ୍ଥିତି ପରଖିଛନ୍ତି ପ୍ରଶାସନିକ ଅଧିକାରୀ ।

ଏହି ବନ୍ୟାଜଳ ଯୋଗୁଁ ସାଧାରଣ ଲୋକଙ୍କର ବହୁ କ୍ଷୟକ୍ଷତି ହୋଇଛି । ଏହାକୁ ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଜାରି ରହିଛି ।

ଏହାସହ ଯେଉଁ ସ୍ଥାନରେ ପୋଲ ଉପରେ ପାଣି ଯାଉଛି, ସେଠାରେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଏହି ଲଗାଣବର୍ଷା ଯୋଗୁଁ ଯାହାର ଘରଭାଙ୍ଗି ଯାଇଛି, ଆରଆଇଙ୍କ ଦ୍ଵାରା ସରଜମିନ ତଦନ୍ତ କରି ପ୍ରାଥମିକ ଭାବେ ପଲିଥିନ ଆଦିର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଗତକାଲି(ବୁଧବାର) ଜିଲ୍ଲାର ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି । ଫଳରେ ଆନନ୍ଦପୁର ଉପଖଣ୍ଡ ଘସିପୁରା ଓ ହାଟଡିହି ବ୍ଲକରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଦୁଇଦିନ ହେଲା ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିବା ଦ୍ବାରା ହାଟଡିହି ବ୍ଲକର ଆଇତିପୁର, ହାବଳେଶ୍ବର, ସମଣା ଆଦି ୩ ଗୋଟି ପଞ୍ଚାୟତର ୮ରୁ ଊର୍ଦ୍ଧ୍ବ ଗାଁରେ ବନ୍ୟାଜଳ ପ୍ରବେଶ କରିଛି ।

ଶହଶହ ଏକର ଚାଷଜମି ବୁଡି ରହିବା ସହିତ ଟୁକୁଣା-ଆମ୍ବୋ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ସମଣା ପଞ୍ଚାୟତର ଚାପୁଣ୍ଡିଆ ନିକଟରେ ରାସ୍ତା ଉପରେ ତିନିଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଗୋବିନ୍ଦପୁର, ସମଣା, ଆଗିରିଆ ଆଦି ଗ୍ରାମକୁ ଗମନାଗମନ ବିଛିନ୍ନ ହୋଇଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.