ETV Bharat / state

କୋଭିଡ଼ ହସ୍ପିଟାଲରୁ ଫେରାର ରୋଗୀଙ୍କ ମୃତ୍ୟୁ, ମୁଖ୍ୟ ପରିଚାଳକ ବହିଷ୍କୃତ - kendujhar hospital patient escape

ଜଣେ କୋଭିଡ଼ ଆକ୍ରାନ୍ତ ତେଲକୋଇରୁ କେନ୍ଦୁଝର କୋଭିଡ଼ ହସ୍ପିଟାଲକୁ ଅଣାଯିବା ପରେ ଡାକ୍ତରଖାନାରୁ ବାହାରି ପଳାଇଥିଲା । ହେଲେ ପରବର୍ତ୍ତି ସମୟରେ ତାଙ୍କୁ ନିକଟସ୍ଥ ରାସ୍ତା କଡରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

କୋଭିଡ଼ ହସ୍ପିଟାଲରୁ ଖସିଯାଇଥିବା ରୋଗୀଙ୍କ ମୃତ୍ୟୁ, ମୁଖ୍ୟ ପରିଚାଳକ ବହିଷ୍କୃତ

author img

By

Published : May 12, 2021, 8:44 PM IST

କେନ୍ଦୁଝର: ଗତକାଲି ଜଣେ କୋଭିଡ଼ ଆକ୍ରାନ୍ତ ତେଲକୋଇରୁ କେନ୍ଦୁଝର କୋଭିଡ଼ ହସ୍ପିଟାଲକୁ ଅଣାଯିବା ପରେ ଡାକ୍ତରଖାନାରୁ ବାହାରି ପଳାଇଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ନିକଟସ୍ଥ ରାସ୍ତାକଡରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନକୁ ଖବର ଦେବାପରେ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ପରିବାର ଲୋକଙ୍କୁ ଡକାଇ କୋଭିଡ଼ ନିୟମ ଅନୁଯାୟୀ ମୃତଦେହ ସତ୍କାର କରାଇଥିଲେ ।

କୋଭିଡ଼ ହସ୍ପିଟାଲରୁ ଖସିଯାଇଥିବା ରୋଗୀଙ୍କ ମୃତ୍ୟୁ, ମୁଖ୍ୟ ପରିଚାଳକ ବହିଷ୍କୃତ

ଏହି ଘଟଣାରେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନା ଦାଇତ୍ୱରେ ଥିବା ଅଧିକାରୀଙ୍କୁ ବହିଷ୍କୃତ କରାଯାଇଥିଲା । ଏହାପରେ ଘଟଣା କିପରି ଘଟିଲା ଓ କାହିଁକି ଘଟିଲା ତାକୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ଯାହାର ତଦନ୍ତ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ କରାଯିବ ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହା କେନ୍ଦୁଝର ଉପଜିଲ୍ଲାପାଳ ଓ ଏସଡିପିଓ ସଦର ମିଳିତ ଭାବେ ତଦନ୍ତ କରିବେ । ଏହି ତଦନ୍ତରେରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଯେ କୌଣସି ଘଟଣା ଘଟିଲେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରଲ କରାଯାଉଛି । ଯାହାଦ୍ୱାରା ଅନେକ ଲୋକେ ଭୟଭୀତ ହେଉଛନ୍ତି । ଏହାକୁ ବନ୍ଦ କରିବା ପାଇଁ ଓ ଲୋକଙ୍କୁ ଭୟଭୀତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ପୋଲିସକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଏହି ଘଟଣାକ୍ରମରେ ଟାଉନ ଥାନା ପକ୍ଷରୁ ମୃତ ଦେହର ଭିଡିଓ ଭାଇରଲ ଘଟଣାରେ ଜଣକୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଉକ୍ତ ଘଟଣା ପରେ କୋଭିଡ଼ ଡାକ୍ତରଖାନା ପାର୍ଶ୍ଵରେ ଅଧିକ ସଂଖ୍ୟକ ପୋଲିସ ମୃତୟନ କରାଯିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କେନ୍ଦଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.