ETV Bharat / state

କେନ୍ଦୁଝର ଜଙ୍ଗଲରେ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ: ବନବିଭାଗ ନିଦାବିଷ୍ଣୁ - ହାତୀ ନଷ୍ଟ କଲେ ବ୍ୟାପକ ଫସଲ

ଦୁଇ ଦିନ ହେବ କେନ୍ଦୁଝର ସଦର, ଚମ୍ପୁଆ ରେଞ୍ଜରେ ବିଚରଣ କରୁଛନ୍ତି ୪୮ ହାତୀ । ବଉଲମାଲ, ସଂଡ଼ିଆପଶି, ସୁନାପସି ଆଦି ଗ୍ରାମର ବିଲରେ ପଶି ଧାନ ଫସଲ ଖାଇବା ସହ ଫସଲ ନଷ୍ଟ ମଧ୍ୟ କରିଛନ୍ତି ।

ଝାଡଖଣ୍ଡି ହାତୀ ଉପଦ୍ରବ: ନଷ୍ଟ କଲେ ବ୍ୟାପକ ଫସଲ, ଜଙ୍ଗଲ ବିଭାଗ ନିଦାବିଷ୍ଣୁ
author img

By

Published : Oct 21, 2019, 7:03 PM IST

କେନ୍ଦୁଝର: କେନ୍ଦୁଝର ଜଙ୍ଗଲରେ ଏବେ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏକ ବିଶାଳ ହାତୀପଲ କେନ୍ଦୁଝର ସଦର, ଚମ୍ପୁଆ ରେଞ୍ଜରେ ବିଚରଣ କରୁଛନ୍ତି । ଏହି ହାତୀପଲରେ ଥିବା 48 ହାତୀ ଦୁଇ ଦିନ ହେବ ଦିନବେଳା ଜଙ୍ଗଲରେ ଏବଂ ରାତି ହେଲେ ବିଲ ବାଡ଼ିରେ ପଶି ଉପଦ୍ରବ କରୁଛନ୍ତି । ରବିବାର ରାତି ସଦର ରେଞ୍ଜର ବଉଲମାଲ, ସଂଡ଼ିଆପଶି, ସୁନାପସି ଆଦି ଗ୍ରାମର ବିଲରେ ପଶି ଧାନ ଫସଲ ଖାଇବା ସହ ଫସଲ ନଷ୍ଟ ମଧ୍ୟ କରିଛନ୍ତି ।

ଝାଡଖଣ୍ଡି ହାତୀ ଉପଦ୍ରବ: ନଷ୍ଟ କଲେ ବ୍ୟାପକ ଫସଲ, ଜଙ୍ଗଲ ବିଭାଗ ନିଦାବିଷ୍ଣୁ

ଏଥିଯୋଗୁଁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଗତକାଲି ଏହି ହାତୀପଲ 20 ଏକରରୁ ଊର୍ଦ୍ଧ୍ବ ଧାନ ଫସଲ ଖାଇଯିବା ସହ ବିଲରେ ପଶି ନଷ୍ଟ ମଧ୍ୟ କରିଛନ୍ତି । ଏବେ ଚାଷୀ ଦୁଃଖକଷ୍ଟରେ କରିଥିବା ଫସଲ ନଷ୍ଟ ପାଇଁ ସାହାଯ୍ୟ ଅପେକ୍ଷାରେ । ପୂର୍ବରୁ ହାତୀପଲ ଗାଁରେ ପଶି ବହୁ ଜଣଙ୍କ ଧାନ ଖାଇଯିବା ସହ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି । ଏହାର କ୍ଷତିପୂରଣ ଏପର୍ଯ୍ୟନ୍ତ ପାଇ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ହାତୀ ଖବର ପାଇ ଯଦି ବନବିଭାଗ କର୍ମଚାରୀ ଆସୁଛନ୍ତି ସତ କିନ୍ତୁ ରାସ୍ତାରେ ଛିଡା ହୋଇ ପଳାଇ ଯାଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ସନ୍ଧ୍ୟା ହେଲେ ଗାଁରେ ଲାଇନ କାଟି ଦିଆଯାଉଛି । କିପରି ହାତୀକୁ ଘଉଡାଇବେ ସେ ନେଇ ଗ୍ରାମବାସୀ ଏବେ ଚିନ୍ତାରେ । ଏନେଇ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ଉକ୍ତ ହାତୀ ପଲକୁ ଘଉଡାଇବାକୁ ଚେଷ୍ଟା କରାଯାଉଥିବା ପ୍ରକାଶ କରିଛନ୍ତି । ଯେଉଁ ମାନଙ୍କ କ୍ଷତି ହେଉଛି ତାଙ୍କୁ ନିୟମାନୁସାରେ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଝାରଖଣ୍ଡି ହାତୀ ଉପଦ୍ରବ, ନଷ୍ଟ କଲେ ବ୍ୟାପକ ଫସଲ, ଜଙ୍ଗଲ ବିଭାଗ ନିଦାବିଷ୍ଣୁBody:
ଆଙ୍କର- କେନ୍ଦୁଝର ଜଙ୍ଗଲରେ ଏବେ ଝାରଖଣ୍ଡି ହାତୀ ତାଙ୍କ ଉପଦ୍ରବ ଆରମ୍ଭ କରିଛନ୍ତି । ଏକ ୪୮ ଟିକିୟା ହାତୀପଲ କେନ୍ଦୁଝର ସଦର, ଚମ୍ପୁଆ ରେଞ୍ଜ ରେ ବିଚରଣ କରୁଛନ୍ତି । ଦୁଇ ଦିନ ହେବ ଏହି ହାତୀପଲ ଉକ୍ତ ଅଞ୍ଚଳର ଦିନରେ ଜଙ୍ଗଲରେ ଏବଂ ରାତିରେ ବିଲ ବାଡ଼ି ପଶି ଉପଦ୍ରବ କରୁଛନ୍ତି । ଗତକାଲି ରାତି ସଦର ରେଞ୍ଜର ବଉଲମାଲ,ସଂଡ଼ିଆପଶି, ସୁନାପସି ଆଦି ଗ୍ରାମର ବିଲରେ ପଶି ଧାନ ଫସଲ ଖାଇବା ସହ ଫସଲ ନଷ୍ଟ ମଧ୍ୟ କରିଛନ୍ତି । ଏହା ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଗତକାଲି ଉକ୍ତ ହାତୀ ପଲ କୋଡିଏ ଏକର ରୁ ଉର୍ଦ୍ଧ୍ବ ଧାନ ଫସଲ ଖାଇଯିବା ସହ ବିଲରେ ପଶି ନଷ୍ଟ ମଧ୍ୟ କରିଛନ୍ତି । ଏବେ ଚାଷୀ ଦୁଃଖ କଷ୍ଟରେ କରିଥିବା ଫସଲ ନଷ୍ଟ ପାଇଁ ସାହାଯ୍ୟ ଅପେକ୍ଷାରେ । ପୂର୍ବରୁ ହାତୀପଲ ଗାଁ ରେ ପଶି ବହୁ ଜଣକ ଧାନ ଖାଇଯିବା ସହ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି । ଏହାର କ୍ଷତି ପୂରଣ ଏପର୍ଯ୍ୟନ୍ତ ପାଇ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀ ଖବର ପାଇ ଯଦି ବନ ବିଭାଗ କର୍ମଚାରୀ ଆସୁଛନ୍ତି ରାସ୍ତା ରେ ଠିଆ ହୋଇ ପଳେଇ ଯାଉଛନ୍ତି ଦୁଃଖ ରେ କହିଛନ୍ତି ଗ୍ରାମବାସୀ । ସାନ୍ଧ୍ୟ ହେଲେ ଗାଁ ରେ ଲାଇନ କାଟି ଦିଆ ହେଉଛି କିପରି ହାତୀକୁ ଖେଦିବେ ସେ ନେଇ ଗ୍ରାମବାସୀ ଏବେ ଚିନ୍ତାରେ । ଏନେଇ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ଉକ୍ତ ହାତୀ ପଲକୁ ଘଉଡାଇବାକୁ ଚେଷ୍ଟା କରାଯାଉଥିବା ପ୍ରକାଶ କରିଛନ୍ତି । ଯେଉଁ ମାନଙ୍କ କ୍ଷତି ହେଉଛି ତାଙ୍କୁ ନିୟମାନୁସାରେ କ୍ଷତି ପୁରଣ ଦିଆ ହେଉଛି ।

ବାଇଟ-୧-ଗୌରୀ ମହାନ୍ତ ( ଗ୍ରାମବାସୀ)

ବାଇଟ-୨-ଘାସିନାଥ ମାଝୀ ( ଚାଷୀ)

ବାଇଟ-୩-ଜିତେନ୍ଦ୍ର ମାଝୀ ( ଗ୍ରାମବାସୀ)

ବାଇଟ-୪-ସୁଶାନ୍ତ କୁମାର ପ୍ରଧାନ ( ଡେ଼ପୁଟି ରେଞ୍ଜର, ସଦର)

ପିଟିସିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.