ETV Bharat / state

ମାତିଲେ ଗଜରାଜ, ଦଳିଲେ ଏକର ଏକର ଧାନ ଫସଲ

କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ କୃଷ୍ଣପୁର ଗାଁରେ ହାତୀପଲ ପଶି ବହୁ ଫସଲ କ୍ଷୟକ୍ଷତି କରିଛନ୍ତି । ଅଧିକ ପଢନ୍ତୁ...

ମାତିଲେ ଗଜରାଜ
ମାତିଲେ ଗଜରାଜ
author img

By

Published : Oct 22, 2020, 12:38 PM IST

କେନ୍ଦୁଝର: ପୁଣି ମାତିଲେ ଗଜରାଜ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ କୃଷ୍ଣପୁର ଗାଁରେ ହାତୀପଲ ପଶି ବହୁ ଫସଲ କ୍ଷୟକ୍ଷତି କରିଛନ୍ତି ।

ବୁଧବାର ବିଳମ୍ବିତ ରାତିରେ ୧୩ ଟିକିଆ ହାତୀପଲ ଧାନ ବିଲରୁ ପଶି ପାଚିଲା ଧାନ ଫସଲକୁ ଖାଇ ନଷ୍ଟ କରିଦେଇଛନ୍ତି । ଯାହାକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

ମାତିଲେ ଗଜରାଜ

ଆଉ କିଛି ଦିନ ପରେ ଧାନ କାଟି ଘରକୁ ଆଣିଥିଲେ, ପିଲାଛୁଆଙ୍କ ମୁହଁରେ ଆହାର ଗଣ୍ଡେ ଦେଇଥାନ୍ତା । ହେଲେ ହାତୀପଲ ସବୁ ଉଜାଡି ଦେଲେ । ଗାଁର ୧୫ ରୁ ଉର୍ଦ୍ଧ୍ବ ଚାଷୀଙ୍କର ୩୦ ଏକରରୁ ଉର୍ଦ୍ଧ ଧାନ ଫସଲ ନଷ୍ଟ କରିଛନ୍ତି ଏହି ହାତୀପଲ ।

ତେବେ ଫସଲ ନଷ୍ଟ ନେଇ ବନବିଭାଗକୁ ଜଣାଇଥିଲେ ମଧ୍ୟ ହାତୀ ଘଉଡାଇବାରେ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.