ETV Bharat / state

ହାତୀ ଆକ୍ରମଣରେ ଜଣେ ମୃତ - elephant

ହାତୀ-ମଣିଷ ଲଢେଇରେ ଚାଲିଯାଉଛି ଅନେକ ଜୀବନ । କେନ୍ଦୁଝର ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣେ 45ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 12, 2019, 9:33 AM IST

କେନ୍ଦୁଝର: ଜିଲ୍ଲାରେ କ୍ରମାଗତ ଭାବେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ରାତିରେ ହରିଚନ୍ଦନପୁର ବ୍ଲକ ଘଟଗାଁ ରେଞ୍ଜ ଅଧୀନସ୍ଥ ଦୁଧିଆନାଳୀ ଗାଁରେ ହାତୀ ଆକ୍ରମଣର ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଉକ୍ତ ଗାଁର ଭରତ ନାଏକ (45) ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାଥାଉକି, ଭରତ ରାତି ୧୧ଟାରେ ବେଳେ ଶୌଚ ନିମନ୍ତେ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଗୁରୁତର ହୋଇଥିଲେ । ତାଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭରତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀ ଆତଙ୍କ, ପୁଣି ହାତୀ ଆକ୍ରମଣର ଶିକାର ହେଲେ ଜଣେBody:
ଆଙ୍କର- କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀ ଆତଙ୍କ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି, ଫଳରେ ହାତୀ ଆକ୍ରମଣର ଶିକାର ହୋଇ ଅନେକ ନୀରିହଙ୍କ ଜୀବନ ଯାଉଛି । ଗୁରୁବାର ରାତିରେ ହରିଚନ୍ଦନପୁର ବ୍ଲକ ଘଟଗାଁ ରେଞ୍ଜ ଅଧୀନସ୍ଥ ଦୁଧିଆନାଳୀ ଗ୍ରାମରେ ହାତୀ ଆକ୍ରମଣର ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଉକ୍ତ ଗ୍ରାମର ଭରତ ନାଏକ(୪୫) ବୋଲି ଜଣାପଡ଼ିଛି । ଭରତ ରାତି ୧୧ଘଟିକା ସମୟରେ ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଗୁରୁତର ହୋଇଥିଲେ । ତାଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭରତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.