ETV Bharat / state

ଚମ୍ପୁଆରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ - ହାତୀ

ଗାଁ ମୁହାଁ ଗଜରାଜ । ଜଙ୍ଗଲ ଛାଡ଼ି ଜନବସତିରେ କରୁଛନ୍ତି ଉପଦ୍ରବ । ବ୍ୟାପକ ଫସଲ ସହ ବାସଗୃହ ଭାଙ୍ଗି ପକାଇଛନ୍ତି । ଫଳରେ ବେସାହାରା ସାଜିଛନ୍ତି ଗରିବ ଚାଷୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 10, 2019, 12:22 PM IST

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଉପଦ୍ରବ । ଏହି ହାତୀପଲ ଦୁଇଟି ତିନୋଟି ଭାଙ୍ଗି ଦେଇଛନ୍ତି । ଫଳରେ ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ ।

ଏହି ପଲରେ ସମୁଦାୟ 23 ଜଣ ହାତୀ ଥିବା ଜଣାପଡ଼ିଛି । ପ୍ରତ୍ୟେକ ଦିନ ଏମାନେ କିଛି ନା କିଛି ଧନ ସମ୍ପତ୍ତି ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଚାଷୀର ଭାତ ହାଣ୍ଡି ସାଜିଥିବା କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ତ, ପୁଣି କାହାର ମୁଣ୍ଡ ଗୁଞ୍ଜିବାକୁ ଥିବା ଘର ଖଣ୍ଡିକକୁ ବି ଭାଙ୍ଗି ପକାଇଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ଗତକାଲି ରାତିରେ ଚମ୍ପୁଆ ରେଞ୍ଜ ଅଂଚଳର ଚମକପୁର ଓ ଝରଣ ଗ୍ରାମରେ ପଶି ତିନୋଟି ଘର ଭାଙ୍ଗି ଦେଇଛନ୍ତି । ଏହାସହ ଘରେ ଥିବା ଚାଉଳ ଓ ଚାଷ ହୋଇଥିବା ବ୍ୟାପକ କଦଳୀ ଗଛକୁ ଭାଙ୍ଗି ପକାଇଛନ୍ତି । ବନ ବିଭାଗ ହାତୀ ଗୁଡିକୁ ଘଉଡାଇବାକୁ ଚେଷ୍ଟା ଚଳାଇଥିବାବେଳେ କ୍ଷୟକ୍ଷତି ହୋଇଥିବା ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଚମ୍ପୁଆ ରେଞ୍ଜରେ ୨୩ ଟିକିୟା ହାତୀ ପଲ, ଭାଙ୍ଗିଲେ ୩ ଘରBody:
ଆଙ୍କର- ଚମ୍ପୁଆ ରେଞ୍ଜରେ ଏବେ ହାତୀ ଆତଙ୍କ ସୃଷ୍ଟି ହୋଇଛି । ପ୍ରତିଦିନ ହାତୀ ମାନେ ମନୁଷ୍ୟ ଙ୍କ ଧନ ସମ୍ପତ୍ତି ନଷ୍ଟ କରୁଛନ୍ତି । କୋଉଦିନ ବିଲରେ ପଶି ଧାନ ବିହନ ନଷ୍ଟ କଲେଣି ତ କୋଉଦିନ ଘର ଭାଙ୍ଗି ଚାଉଳ ଖାଇ ଗଲେଣି । ଗତ ତିନି ଦିନ ଭିତରେ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୨୩ ଟିକିୟା ହାତୀ ପଲ ବ୍ୟାପକ କ୍ଷୟକ୍ଷତି ଘଟାଇଲେଣି । ଗତକାଲି ରାତି ଚମ୍ପୁଆ ରେଞ୍ଜ ଅଂଚଳର କେ ସି ପ୍ରଧାନ ଖଣି , ଚମକପୁର ଓ ଝରଣ ଗ୍ରାମରେ ଘର ଭାଙ୍ଗିବା ଶହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଝରଣ ଗ୍ରାମ ର ତିନୋଟି ଘର ଭାଙ୍ଗି ବିପିଏଲ ଚାଉଳ ଖାଇବା ସହ କଦଳୀ ବାଡ଼ି ନଷ୍ଟ କରି ପକାଇଛନ୍ତି ।ବନ ବିଭାଗ ପକ୍ଷରୁ ହାତୀ ଗୁଡିକୁ ଘଉଡାଇବା କୁ ଚେଷ୍ଟା ଚଲାଇ ଥିବା ବେଳେ କ୍ଷୟକ୍ଷତି ହୋଇଥିବା ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.