ETV Bharat / state

ହାତୀ ଉପଦ୍ରବ; ଭାଙ୍ଗିଲେ ଘର ନଷ୍ଟ କଲେ ଧାନଚାଉଳ

ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଭାଙ୍ଗିଲା ଘର ନଷ୍ଟ କଲା ଧାନଚାଉଳ । ଅଧିକ ପଢନ୍ତୁ...

elephant makes massive destruction in kendujhar
ହାତୀ ଉପଦ୍ରବ; ଭାଙ୍ଗିଲା ଘର ନଷ୍ଟ କଲା ଧାନଚାଉଳ
author img

By

Published : Jul 9, 2021, 1:47 PM IST

କେନ୍ଦୁଝର: ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଦନ୍ତାହାତୀର ଉପଦ୍ରବ ଦେଖିବାକୁ ମିଳିଛି । ପଡାଙ୍ଗ ପଞ୍ଚାୟତର ଜୁଆଙ୍ଗ ସାହିରେ ରବି ପେଣ୍ଠେଇ ଓ ତାଙ୍କ ସ୍ତ୍ରୀ ୨ପିଲାଙ୍କ ସହିତ ଘରେ ଶୋଇ ଥିବା ବେଳେ ଦନ୍ତା ଘର ଭାଙ୍ଗି ଥିଲା ।

ହାତୀ ଉପଦ୍ରବ; ଭାଙ୍ଗିଲା ଘର ନଷ୍ଟ କଲା ଧାନଚାଉଳ

ଭୟରେ ପିଲାଛୁଆଙ୍କୁ ଧରି ସାହି ଭିତରେ ଥିବା ପଡିଶା ଘରକୁ ପଳାଇ ଥିଲେ । ଦନ୍ତା ଘରଭାଙ୍ଗି ଧାନ ଚାଉଳ ନଷ୍ଟ କରିଦେଇଥିଲା । ଗାଁରେ ଦନ୍ତା ପଶିବା ଦେଖି ଲୋକେ ବନବିଭାଗକୁ ଯୋଗାଯୋଗ କରିଥିଲେ । ହେଲେ ବନବିଭାଗ ଫୋନ ଉଠାଇ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ଗାଁ ଲୋକେ ଟାୟାର ଜାଳି ହାତୀକୁ ଘଉଡାଇ ଥିଲେ ।

ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.