ETV Bharat / state

ଘଟଗାଁ ରେଞ୍ଜରୁ ଗର୍ଭବତୀ ମାଈହାତୀର ମୃତଦେହ ଉଦ୍ଧାର - dead

କେନ୍ଦୁଝର ଘଟଗାଁ ରେଞ୍ଜ ଅନ୍ତର୍ଗତ ବାରବାଙ୍କ ସଂରକ୍ଷିତ ଜଙ୍ଗଲ ନିକଟରୁ ମାଈହାତୀର ମୃତଦେହ ଉଦ୍ଧାର। ହାତୀର ମୃତ୍ୟୁ କେଉଁ କାରଣରୁ ଘଟିଛି, ତାହା ଜଣାପଡିନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର
author img

By

Published : Apr 9, 2019, 7:44 PM IST

କେନ୍ଦୁଝର: ସଂକଟରେ ଗଜରାଜଙ୍କ ଜୀବନ । କେନ୍ଦୁଝରରେ ପୁଣି ଏକ ମାଈହାତୀର ମୃତଦେହ ଠାବ ହୋଇଛି। ଘଟଗାଁ ରେଞ୍ଜ ଅନ୍ତର୍ଗତ ବାରବାଙ୍କ ସଂରକ୍ଷିତ ଜଙ୍ଗଲର ଗୟଲମୁଣ୍ଡ ଗାଁ ନିକଟରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

ଜଙ୍ଗଲ ବିଭାଗ କହିବା ଅନୁଯାୟୀ ହାତୀଟି ଗର୍ଭବତୀ ଥିଲା । କେଉଁ କାରଣରୁ ତାର ମୂତ୍ୟୁ ହୋଇଛି, ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ। ହାତୀର ବୟସ ୧୫ ବର୍ଷ ହେବ ବୋଲି ଜଙ୍ଗଲ ବିଭାଗ ପ୍ରକାଶ କରିଛି । ଗତ କିଛି ଦିନ ହେବ ଉକ୍ତ ସଂରକ୍ଷିତ ଜଙ୍ଗଲରେ ୧୭ଟି ହାତୀ ଡେରା ପକାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:

askjlas

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.