ETV Bharat / state

କେନ୍ଦୁଝରରେ ହାତୀ ଉପଦ୍ରବ, ଭାଙ୍ଗିଲେ 3 ଘର

author img

By

Published : Mar 14, 2020, 11:28 AM IST

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବିଟ୍ ଅନ୍ତର୍ଗତ ଜଙ୍ଗଲରେ ୧୮ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ତେବେ ହାତୀମାନେ 3ଟି ଘର ଭାଙ୍ଗିଥିବା ଜଣାପଡିଛି ।

elephant destoy 3 house in keunjhar
କେନ୍ଦୁଝରରେ ହାତୀ ଉପଦ୍ରବ

କେନ୍ଦୁଝର: ପୁଣି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବିଟ୍ ଅନ୍ତର୍ଗତ ଜଙ୍ଗଲରେ ୧୮ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ତେବେ ହାତୀମାନେ 3ଟି ଘର ଭାଙ୍ଗିଥିବା ଜଣାପଡିଛି ।

କେନ୍ଦୁଝରରେ ହାତୀ ଉପଦ୍ରବ

ଗତ ଶୁକ୍ରବାର ରାତିରେ ହାତୀ ପଲ ଟୁନିଆ ମାଝୀ, ଗିଦୁ ମାଝୀ ଓ ପୂର୍ଣ୍ଣ ନାୟକଙ୍କର ଘର ଭାଙ୍ଗି ଦେଇଥିବା ଜଣାପଡିଛି । ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବନ ବିଭାଗର ୧୦ ଜଣିଆ ଟିମ୍ ହାତୀ ପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା କାମରେ ନିୟୋଜିତ ହୋଇଛନ୍ତି ।

ତେବେ ହାତୀ ପଲ ବନ୍ଧୁଆବେଡା ଜଙ୍ଗଲରେ ଥିବା ସୂଚନା ରହିଛି । ସୂଚନାନୁସାରେ, ଗତକାଲି ଏହି ୧୮ ଟିକିଆ ହାତୀ ପଲ କାଣ୍ଡରା ଦେଇ ଝାଡ଼ଖଣ୍ଡ ରାଜ୍ୟରୁ ବୈତରଣୀ ନଦୀ ପାରି କରି ଯୋଡ଼ା ନିକଟରେ ପହଞ୍ଚିଥିଲେ । ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.