ETV Bharat / state

ହାତୀ ମୃତ୍ୟୁ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

author img

By

Published : Jun 19, 2020, 5:42 PM IST

କେନ୍ଦୁଝରରେ 2 ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ଆଉ 3ଜଣଙ୍କୁ ଗିରଫ କରିଛି । ହେଲେ ସେମାନଙ୍କ ଠାରୁ ହାତୀ ଦାନ୍ତ ମିଳିପାରିନାହିଁ ।

elephant death issue, another 3 accused arrest
ହାତୀ ମୃତ୍ୟୁ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

କେନ୍ଦୁଝର:ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲରେ ୨ ହାତୀଙ୍କ ମୃତ୍ୟୁ ଘଟଣାରେ ବନବିଭାଗର ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ ଗୁରୁବେଡ଼ା, ଭୋଳବେଡ଼ା ଗାଁର ଶ୍ରୀଧର ମୁଣ୍ଡା ଓ ବିନ୍ଦରାଇ ମୁଣ୍ଡାର ମାତଲୁ ମୁଣ୍ଡା ।

ତେବେ ଗାୟବ ହାତୀଦାନ୍ତକୁ ଉଦ୍ଧାର କରିପାରିନାହିଁ ବନବିଭାଗ । ଅଭିଯୁକ୍ତଙ୍କ କହିବାନୁଯାୟୀ, ଶନିବାର ରାତିରେ ସେମାନେ ବାରାହା ଶିକାର ପାଇଁ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲେ । ମାତ୍ର ରବିବାର ଭୋର ସମୟରେ ଜଙ୍ଗଲକୁ ତାର ଫିଟାଇବାକୁ ଯାଇ ଦେଖିଥିଲେ ଯେ, ବାରାହା ବଦଳରେ ୨ଟି ହାତୀ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି ।

ହାତୀ ମୃତ୍ୟୁ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ତେବେ ସେମାନେ ହାତୀ ମରିଥିବାର ଦେଖି ଭୟଭୀତ ହୋଇ ସେଠାରୁ ଚାଲିଯାଇଥିଲେ ଏବଂ ହାତୀ ଦାନ୍ତ କିଏ ନେଇଛି ସେ ନେଇ ସେମାନେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ଏପଟେ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.