ETV Bharat / state

ପଡାଙ୍ଗ ଗାଁରେ ହାତୀ ଭାଙ୍ଗିଲେ ଘର, ନଷ୍ଟ କଲେ ଧାନ ଫସଲ

author img

By

Published : Aug 3, 2020, 3:50 PM IST

କେନ୍ଦୁଝର ପଡାଙ୍ଗ ଗାଁରେ ହାତୀ ଉପଦ୍ରବ ରବିବାର ବିଳମ୍ବିତ ରାତିରେ ୧୨ଟିକିଆ ହାତୀ ଦଳ ପଡାଙ୍ଗ ଗାଁରେ ପଶି ଘର ନଷ୍ଟ କରି ଧାନ ଫସଲ ନଷ୍ଟ କରିଛନ୍ତି । ଅଧିକ ପଢ଼ନ୍ତୁ...

elephant attack, keonjhar's padanga village,  ପଡାଙ୍ଗ ଗାଁରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ନଷ୍ଟ କଲେ ଧାନ ଫସଲ, ହାତୀ ଉପଦ୍ରବ, ଭାଙ୍ଗିଲେ ଘର ନଷ୍ଟ କଲେ ଫସଲ, କେନ୍ଦୁଝର
ପଡାଙ୍ଗ ଗାଁରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ନଷ୍ଟ କଲେ ଧାନ ଫସଲ

କେନ୍ଦୁଝର: ଜିଲ୍ଲାର ତେଲକୋଇ ରେଞ୍ଜ ଅଧିନସ୍ଥ ପଡାଙ୍ଗ ଗାଁରେ ହାତୀ ଉପଦ୍ରବ କରିଛନ୍ତି। ଗାଁରେ ପଶି ଘର ଭାଙ୍ଗିବା ସହ ବିଲରେ ଧାନ ଫସଲକୁ ମାଡିଦଳି ନଷ୍ଟ କରି ଦେଇଛନ୍ତି । ରବିବାର ବିଳମ୍ବିତ ରାତିରେ ୧୨ଟି ହାତୀ ପଡାଙ୍ଗ ଗାଁରେ ପଶି ରଥ ମହାନ୍ତଙ୍କ ଘର ଭାଙ୍ଗିଥିଲେ ।

ହାତୀ ପଲ ଘର ଭାଙ୍ଗିବା ଦେଖି ରଥ ମହାନ୍ତ ଓ ତାଙ୍କ ସ୍ତ୍ରୀ ଅନ୍ୟ ରାସ୍ତା ଦେଇ ଜୀବନ ବିକଳରେ ଦୌଡି ପଳାଇଥିଲେ । ତେବେ ଦଳରେ ଥିବା ଦନ୍ତାହାତୀ ତାଙ୍କୁ ପଛରୁ ଆକ୍ରମଣ ପାଇଁ ଗୋଡାଇ ଥିଲା ବୋଲି କହିଛନ୍ତି ରଥ ମହାନ୍ତ । ଦମ୍ପତିଙ୍କ ପାଟି ଶୁଣି ଲୋକମାନେ ଉଠି ପଡିଥିଲେ । ଲୋକେ ଏକାଠି ହୋଇ ନିଆଁହୁଳା ସାହାଯ୍ୟରେ ହାତୀ ପଲଙ୍କୁ ଘଉଡାଇଥିଲେ । ଏହି ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୁଇ ଦମ୍ପତି । ପାଖ ଜଙ୍ଗଲରେ ହାତୀପଲ ରହୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପ୍ତାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.