ETV Bharat / state

ଘଷିପୁରାରେ ଜମୁଛି ନିର୍ବାଚନୀ ପ୍ରଚାର - campaign

ଘସିପୁରା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଓ ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଏକତ୍ର ଓହ୍ଲାଇଛନ୍ତି ପ୍ରଚାର ମୈଦାନରେ । ବିରାଟ ବାଇକ ରାଲି କରି ଲୋକଙ୍କୁ ଭୋଟ ମାଗୁଛନ୍ତି ଏହି ଦୁଇ ନେତା । ରାଲିର ସୋଭା ବଢାଇଛନ୍ତି ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Apr 15, 2019, 10:05 PM IST

ଆନନ୍ଦପୁର: ଆସନ୍ତା 23ରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ଏନେଇ ବିଭିନ୍ନ ରାଜନୈତିକ ଦଳଙ୍କ କସରତ ଜୋରସୋରରେ ଚାଲିଛି । ଏହି କ୍ରମରେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ଘଷିପୁରା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଓ ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଏକତ୍ର ଓହ୍ଲାଇଛନ୍ତି ପ୍ରଚାର ମୈଦାନକୁ । ବିରାଟ ବାଇକ ରାଲି କରି ଲୋକଙ୍କୁ ଭୋଟ ମାଗୁଛନ୍ତି ଏହି ଦୁଇ ନେତା। ଏହା ସହିତ ରାଲିର ସାମିଲ ହୋଇଥିଲେ ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସକାଳ ସାଢେ 7ଟାରୁ ଗଡବାନ୍ଧେଗାଡାରୁ ବାହାରିଥିଲା ଏହି ସୋଭାଯାତ୍ରା । ଭଗାନଈ ନିକଟସ୍ଥ କାନପୁର ଗାଁ ପର୍ଯ୍ୟନ୍ତ ଯାଇ ଦିନ ଗୋଟାଏରେ ଶେଷ ହୋଇଥିଲା । ଅସହ୍ୟ ତାତିକୁ ମଧ୍ୟ ଖାତିର ନକରି ଶହ ଶହ ସଂଖ୍ୟାରେ କର୍ମୀ ଏହି ରାଲିରେ ଯୋଗ ଦେଇଥିଲେ । ରାଲିରେ ଲୋକଙ୍କ ଆଗ୍ରହ ଦେଖି କେବଳ ଘସିପୁରା ନୁହେଁ ବରଂ ଜିଲ୍ଲାର ଅନ୍ୟ 5ଟି ବିଧାନସଭା ଓ ଲୋକସଭା ଆସନରେ ମଧ୍ୟ ବିଜେଡି ଜିତିବ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣପାତ୍ର।

ସେପଟେ ନିର୍ବାଚନକୁ କମ୍ ସମୟ ଥିବାରୁ ଯଥାସମ୍ଭବ ଅଧିକ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ମନ୍ତ୍ରୀଙ୍କ ସହ ରାଲିରେ ଯୋଗ ଦେଇଥିବାରୁ ଖୁସିବ୍ୟକ୍ତ କରିବା ସହ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଚନ୍ଦ୍ରାଣୀ ମୁର୍ମୁ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.