ETV Bharat / state

ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି - ବିଜ୍ଞପ୍ତି

କେନ୍ଦୁଝର ଜିଲ୍ଲାରେ ଗୋଟିଏ ସଂସଦ ଓ ୬ଟି ବିଧାନସଭା ନିମନ୍ତେ ୧୭୨୦ଟି ବୁଥରେ ଭୋଟ ଗ୍ରହଣ କରାଯିବ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,କେନ୍ଦୁଝର
author img

By

Published : Mar 28, 2019, 6:55 PM IST

କେନ୍ଦୁଝର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଯେଉଁଥିରେ ତୃତୀୟ ପର୍ଯ୍ୟାୟ କେନ୍ଦୁଝର ଜିଲ୍ଲାର ନିର୍ଵାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,କେନ୍ଦୁଝର

ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତଥା ନିର୍ଵାଚନ ଅଧିକାରୀ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଗୋଟିଏ ସଂସଦ ଓ ୬ଟି ବିଧାନସଭା ନିମନ୍ତେ ୧୭୨୦ଟି ବୁଥରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜିଠାରୁ ନାମାଙ୍କନପତ୍ର ବିକ୍ରି ଓ ଗ୍ରହଣ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆନନ୍ଦପୁର, ଘସିପୁରା ବିଧାନସଭା ନିମନ୍ତେ ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ, କେନ୍ଦୁଝର ସଦର ଓ ତେଲକୋଇ ବିଧାନସଭା ନିମନ୍ତେ କେନ୍ଦୁଝର ଉପଜିଲ୍ଲାପାଳ କାର୍ଯ୍ୟାଳୟ ,ଚମ୍ପୁଆ ବିଧାନସଭା ନିମନ୍ତେ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଟଣା ନିର୍ଵାଚନ ମଣ୍ଡଳୀ ନିମନ୍ତେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ବିକ୍ରି ଓ ଦାଖଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ନିର୍ଵାଚନ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ସମସ୍ତ ବୁଥରେ ପୋଲିସ ମୁତୟନ କରାଯାଇଛି । ଏ ସମସ୍ତ ବୁଥ ମଧ୍ୟରୁ ପାଖାପାଖି ୪୯୬ ଟି ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ନିର୍ଵାଚନକୁ ନେଇ କଂଗ୍ରେସ ୩ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିବାବେଳେ, ବିଜେଡି ୪ଟି ବିଧାନସଭା ନିମନ୍ତେ ପ୍ରାର୍ଥୀଘୋଷଣା କରିଛି । ହେଲେ ବିଜେପି ଚମ୍ପୁଆକୁ ଛାଡି ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀଘୋଷଣା କରିଛି ।

କେନ୍ଦୁଝରରୁ ସନ୍ତୋଷକୁମାର ମହାପାତ୍ର, ଇଟିଭି ଭାରତ

Intro:Body:

2825450

bijaya-mohapatra-returns-to-bjp-once-again

ବିଜେପିକୁ ଫେରିଲେ ବିଜୟ

ଭୁବନେଶ୍ୱର: ଗତବର୍ଷ ନଭେମ୍ବରରେ ବିଜେପି ଛାଡିଥିବା ବିଜେପି ମହାପାତ୍ର ପୁନର୍ବାର ପଦ୍ମ ଗଡିଆରେ ମିଶିଛନ୍ତି। ମାନଭଞ୍ଜନ କରିବା ପାଇଁ ତାଙ୍କ ବାସଭନବନରେ ପହଞ୍ଚିଥିଲେ ଓଡିଶା ବିଜେପି ପ୍ରଭାରୀ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.