ETV Bharat / state

ନେସ୍କୋର ଛାଟ, 2 ଦିନରେ 600 ଉପଭୋକ୍ତାଙ୍କ ବିଦ୍ୟୁତ କାଟ

ବର୍ଷ ବର୍ଷ ଧରି ଅନାଦେୟ ହୋଇପଡି ରହିଥିବା ବିଦ୍ୟୁତ ଗ୍ରାହକଙ୍କୁ ନେସ୍କୋର କଡା ଛାଟ। ଏନେଇ ପ୍ରତିଦିନ ବ୍ୟାପକ ବିଦ୍ୟୁତ କାଟ୍‌ କରାଯାଉଥିବା ବେଳେ ଦୁଇ ଦିନରେ ୬ ଶହରୁ ଉର୍ଦ୍ଧ୍ବଙ୍କର ବିଦ୍ୟୁତ ବିଛିନ୍ନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 20, 2020, 4:22 PM IST

Updated : Feb 20, 2020, 10:54 PM IST

ନେସ୍କୋର ବକେୟା ଅର୍ଥ ନେଇ ବିଦ୍ୟୁତ କାଟ୍‌
ନେସ୍କୋର ବକେୟା ଅର୍ଥ ନେଇ ବିଦ୍ୟୁତ କାଟ୍‌

କେନ୍ଦୁଝର: ନେସ୍କୋର ବକେୟା ଅର୍ଥ ପାଇଁ ବିଦ୍ୟୁତ କାଟ୍‌ । ବର୍ଷ ବର୍ଷ ଧରି ଅନାଦେୟ ହୋଇପଡି ରହିଥିବା ବିଦ୍ୟୁତ ଗ୍ରାହକଙ୍କୁ ନେସ୍କୋର କଡା ଛାଟ। କେନ୍ଦୁଝର ସର୍କଲର ତିନୋଟି ଡିଭିଜନର ୨୨୦ କୋଟି ଟଙ୍କା ବକେୟା ପଡିଛି । ମୋଟ ଦୁଇ ଲକ୍ଷ ଅଶି ହଜାର ଗ୍ରାହକଙ୍କ ଉପରେ ପଡି ରହିଥିବା ଅର୍ଥ ଆଦାୟ ପାଇଁ ୨୪ ଟି ସ୍କ୍ବାର୍ଡ କରାଯାଇଛି ।

ନେସ୍କୋର ବକେୟା ଅର୍ଥ ନେଇ ବିଦ୍ୟୁତ କାଟ୍‌

ଏନେଇ ପ୍ରତିଦିନ ବ୍ୟାପକ ବିଦ୍ୟୁତ କାଟ୍‌ କରାଯାଉଥିବା ବେଳେ ଦୁଇ ଦିନରେ ୬ ଶହରୁ ଉର୍ଦ୍ଧ୍ବଙ୍କର ବିଦ୍ୟୁତ ବିଛିନ୍ନ କରାଯାଇଛି । ଦୁଇ ଦିନରେ ଏହି ବ୍ୟାପକ ବିଦ୍ୟୁତ କାଟ୍‌ ପରିମାଣ ବୃଦ୍ଧି ପାଇଥିବା ନେସ୍କୋ ସୁପରିଟେଣ୍ଡେଣ୍ଟ ପ୍ରକାଶ କରିଛନ୍ତି ।

ସମସ୍ତ ଘରୋଇ ଓ ବ୍ୟବସାୟିକ ଅନୁଷ୍ଠାନରେ ବକେୟା ଆଦାୟ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିବ ବୋଲି ଜଣାପଡିଛି । ଏହି ବିଦ୍ୟୁତ କାଟ ପରେ ଅନାଦେୟ ଅର୍ଥ ପଇଠ ପାଇଁ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ପରିଲକ୍ଷିତ ହୋଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Feb 20, 2020, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.