ETV Bharat / state

କୋଭିଡ ନିୟମ ନମାନି ଔଷଧ ଦୋକାନୀ ଗଣିଲେ ତଣ୍ଡ, ୬ ଦୋକାନ ସିଲ - ଅମାନିଆ ଔଷଧ ଦୋକାନୀ ଗଣିଲେ ତଣ୍ଡ

ବହୁ ମାତ୍ରାରେ କୋରୋନା ସଂକ୍ରମଣ ବ୍ୟାପୁଥିବାବେଳେ, ବାରମ୍ବାର ଚେତାବନି ସତ୍ତ୍ବେ ଶୁଣୁନାହାନ୍ତି ଔଷଧ ଦୋକାନୀ ଓ ନର୍ସିଂହୋମ । ନିୟମ ଭାଙ୍ଗିବାରୁ ଜୋରିମାନା ଗଣିଲେ ଦୋକାନୀ । ଅଧିକ ପଢନ୍ତୁ...

କୋଭିଡ ନିୟମକୁ ଫୁ; ଅମାନିଆ ଔଷଧ ଦୋକାନୀ ଗଣିଲେ ତଣ୍ଡ, ୬ ଦୋକାନ ସିଲ

author img

By

Published : Jul 21, 2020, 5:30 PM IST

ଆନନ୍ଦପୁର: ବାରମ୍ବାର ଆନନ୍ଦପୁର ପ୍ରଶାସନ ପକ୍ଷରୁ ତାଗିଦ ପରେ ମଧ୍ୟ ଆନନ୍ଦପୁର ପୈରାଞ୍ଚଳର କେତେକ ଔଷଧ ଦୋକାନୀ ଓ ନର୍ସିଂହୋମ କୋଭିଡ ନିୟମକୁ ମାନୁ ନାହାଁନ୍ତି । ନିଜ ନିଜ ବ୍ୟବସାୟିକ ସଂସ୍ଥା ଠାରେ ସାମାଜିକ ଦୂରତା ଫୁ କରି ମାଳମାଳ ଗ୍ରାହକଙ୍କୁ ଏକାସଙ୍ଗେ ଔଷଧ ଦେଉଛନ୍ତି । ଏଭଳି କ୍ଷେତ୍ରରେ ଆଜି(ବୁଧବାର) ଆକ୍ସନ ମୁଡକୁ ଆସିଛି ସ୍ଥାନିୟ ପ୍ରଶାସନ।

କୋଭିଡ ନିୟମକୁ ଫୁ; ଅମାନିଆ ଔଷଧ ଦୋକାନୀ ଗଣିଲେ ତଣ୍ଡ, ୬ ଦୋକାନ ସିଲ

କୋଭିଡ ନୋଡାଲ ଅଫିସରଙ୍କ ନେତୃତ୍ବରେ ଆନନ୍ଦପୁର ପୌରନିର୍ବାହୀ ଅଧିକାରୀ, ଉପଖଣ୍ଡ ଚିକିତ୍ସାଧିକାରୀ ଓ ଘସିପୁରା ପୋଲିସଙ୍କୁ ନେଇ ବିଭିନ୍ନ ଔଷଧ ଦୋକାନ ଓ ନର୍ସିଂହୋମ ଉପରେ ଚଢାର କରିଥିଲେ। କୋଭିଡ ନିୟମ ଖିଲାପ ଅଭିଯୋଗରେ ପୌରାଞ୍ଚଳରେ ଥିବା ୬ ଗୋଟି ଦୋକାନ ସିଲ କରିଛି ପ୍ରଶାସନ । ସେହିପରି ୨୦ ରୁ ଉର୍ଦ୍ଧ୍ବ ଦୋକାନିଙ୍କ ଠାରୁ ଫାଇନ ଆକାରରେ ମୋଟ ୫୮ ହଜାର ଟଙ୍କା ଆଦାୟ ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.