ETV Bharat / state

କେନ୍ଦୁଝର ପ୍ରଶାସନର ରେକର୍ଡ, ୧୧ ହଜାରରୁ ଊର୍ଦ୍ଧ୍ବ ପିଲାଙ୍କୁ ମିଳିଲା DMF ଛାତ୍ରବୃତ୍ତି - କେନ୍ଦୁଝର ଖବର

କେନ୍ଦୁଝର ଜିଲ୍ଲା ପ୍ରଶାସନର ନୂତନ ରେକର୍ଡ । ଗୋଟିଏ ଦିନରେ ୧୧ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମିଳିଲା ୧୭ କୋଟି ଟଙ୍କାର DMF ଛାତ୍ରବୃତ୍ତି । କଠିନ ପରିଶ୍ରମ କରିବା ସହ ନିଷ୍ଠାପର ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଲେ ସୁବ୍ରତ ବାଗଚି । ଅଧିକ ପଢ଼ନ୍ତୁ

୧୧ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମିଳିଲା DMF ଛାତ୍ରବୃତ୍ତି

author img

By

Published : Sep 3, 2022, 9:14 AM IST

କେନ୍ଦୁଝର: ଗୋଟିଏ ଦିନରେ ୧୧ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମିଳିଲା ୧୭ କୋଟି ଟଙ୍କାର DMF ଛାତ୍ରବୃତ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ୧୧୬୦୫ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି କହିଛନ୍ତି ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚି ।

୧୧ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମିଳିଲା DMF ଛାତ୍ରବୃତ୍ତି

କେନ୍ଦୁଝର ଜିଲ୍ଲା ପ୍ରଶାସନ ସାରା ଦେଶରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ୧୧୬୦୫ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ୧୭ କୋଟି ଟଙ୍କା ଛାତ୍ରବୃତ୍ତି ପାଇଁ ପ୍ରଦାନ କରାଯାଇଛି । ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ ବର୍ଗରେ ୪୦ହଜାର, ୨୫ହଜାର,୧୫ ହଜାର ଓ ୧୦ ହଜାର ଟଙ୍କା ଲେଖାଏଁ ବୃତ୍ତିରାଶି ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଇଓ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ଏହି ଅବସରରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବାଗଚି ନିଜ ଜୀବନରେ ଅନେକ ବାଧାବିଘ୍ନ ଦେଇ ଗତି କରିଥିବା ମହୁର୍ତ୍ତକୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । କଠିନ ପରିଶ୍ରମ କରିବା ସହ ନିଷ୍ଠାପର ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ ସୁବ୍ରତ ବାଗଚି ।

ଡିଏମଏଫ ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କ ନୂତନ ଶିକ୍ଷା ପାଇଁ ବେଶ ସହାୟକ ହେବ ବୋଲି ବାଗଚି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସୁବ୍ରତ ବାଗଚିଙ୍କ ଜୀବନରୁ ଅନୁପ୍ରାଣିତ ହେବା ସହ ଡିଏମଏଫ ଛାତ୍ରବୃତ୍ତିକୁ ସଠିକ ବିନିଯୋଗ କରି ଅଧିକ ଜ୍ଞାନ ଆହରଣ କରିବେ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.