ETV Bharat / state

ଦୋକାନ ଘର ସ୍ଥାନାନ୍ତର ନେଇ ଅସନ୍ତୁଷ୍ଟ ବ୍ୟବସାୟୀ - relocation of shop house

କେନ୍ଦୁଝର ସହରକୁ ସ୍ବଚ୍ଛ ନିର୍ମଳ କରିବାକୁ ଯୋଜନା ରଖିଛି କେନ୍ଦୁଝରଗଡ଼ ପୌରପାଳିକା । ଦୋକାନ ଘର ସ୍ଥାନାନ୍ତର ନେଇ ଶତାଧିକ ବ୍ୟବସାୟୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

dissatisfied
ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ
author img

By

Published : Nov 2, 2020, 9:42 PM IST

Updated : Nov 2, 2020, 11:20 PM IST

କେନ୍ଦୁଝର: ପୌରପାଳିକା ପକ୍ଷରୁ ଦୋକାନ ଘର ସ୍ଥାନାନ୍ତର ନେଇ ଅସନ୍ତୁଷ୍ଟ ବ୍ୟବସାୟୀ । ଦୀର୍ଘବର୍ଷ ଧରି କେନ୍ଦୁଝର ସହର ମଧ୍ୟରେ ଥିବା ଗାନ୍ଧୀବଜାରରେ ବ୍ୟବସାୟ କରୁଥିଲେ ହେଁ, କୋରୋନା ସମୟରେ ନୂତନ ବଜାରରେ ଭଲ ବ୍ୟବସାୟ ନହେବା ନେଇ ଆଶଙ୍କା କରିଛନ୍ତି ବ୍ୟବସାୟୀ । ଏନେଇ ଆଜି(ସୋମବାର) ଶତାଧିକ ବ୍ୟବସାୟୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

କେନ୍ଦୁଝର ସହରକୁ ସ୍ବଚ୍ଛ ନିର୍ମଳ କରିବାକୁ ଯୋଜନା ରଖିଛି କେନ୍ଦୁଝରଗଡ଼ ପୌରପାଳିକା । ଏଥିପାଇଁ ପ୍ରତି ୱାର୍ଡ ଅନୁଯାୟୀ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏପରିକି କେନ୍ଦୁଝର ସହର ମଧ୍ୟରେ ଥିବା ସବୁଦିନିୟା ବଜାରର ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଉଛି ପୌରପାଳିକା ।

ଦୋକାନ ଘର ସ୍ଥାନାନ୍ତର ନେଇ ଅସନ୍ତୁଷ୍ଟ ବ୍ୟବସାୟୀ

ଏଥିପାଇଁ କେନ୍ଦୁଝର ସହର ମଧ୍ୟରେ ଥିବା ଗାନ୍ଧୀବଜାରକୁ ହଟାଇ ଧାଙ୍ଗରପଡା ସ୍ଥିତ ନୂତନ ଭାବେ ନିର୍ମିତ ବଜାରରେ ସ୍ଥାନାନ୍ତରିତ କରିବାକୁ ଯୋଜନା କରିଛି ପୌରପାଳିକା । ଏହି ସ୍ଥାନାନ୍ତରକୁ ବିରୋଧ କରିଛନ୍ତି ଉକ୍ତ ବଜାରରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ।

ସେମାନଙ୍କୁ ସ୍ଥାନୀୟ କୃଷକ ବଜାରରେ ସ୍ଥାନ ଦେବା ପାଇଁ ଦାବି କରିଛନ୍ତି ବ୍ୟବସାୟୀମାନେ । ସେପଟେ ଉକ୍ତ ଗାନ୍ଧୀବଜାର ଦୋକାନ ଗୁଡିକ ଜର୍ଜରିତ ହୋଇଗଲାଣି ଓ ସ୍ବଚ୍ଛତା ପାଇଁ ଏହି ବଜାରକୁ ହଟାଯାଉଛି । ନୂତନ ବଜାରରେ ଏହି ବ୍ୟବସାୟୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୌରପାଳିକା ଅଧିକାରୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Nov 2, 2020, 11:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.