ETV Bharat / state

ଅନଲାଇନରେ ମା' ତାରିଣୀଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ - ଭର୍ଚ୍ଚୁଆଲ ମାଧ୍ୟମରେ ଦର୍ଶନ ଦେଲେ ମାଆ ତାରିଣୀ

କୋଭିଡ ପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯାଇଥିବାରୁ କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଘଟଗାଁ ମା' ତାରିଣୀଙ୍କ ଦର୍ଶନ ଭର୍ଚ୍ଚୁଆଲ ମାଧ୍ୟମରେ କରାଯାଇଛି । ଅଧିକ ପଢନ୍ତୁ...

Devotees worships Maa Tarini through virtual platform in Keonjhar
ଭର୍ଚ୍ଚୁଆଲ ମାଧ୍ୟମରେ ମା' ତାରିଣୀଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
author img

By

Published : Jan 1, 2021, 1:51 PM IST

କେନ୍ଦୁଝର: ଆଜି(ଶୁକ୍ରବାର) ନୂତନ ବର୍ଷ ୨୦୨୧କୁ ସାରା ବିଶ୍ବରେ ପାଳନ କରାଯାଉଛି । ନୂଆ ବର୍ଷରେ ଜିଲ୍ଲାର ପ୍ରସିଦ୍ଧ ଘଟଗାଁ ମା' ତାରିଣୀଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶରେ କଟକଣା ଲଗାଯାଇଛି । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରୁ ଶ୍ରଦ୍ଧାଳୁଙ୍କ ପାଇଁ ଭର୍ଚ୍ଚୁଆଲ ମାଧ୍ୟମରେ ମା'ଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଭର୍ଚ୍ଚୁଆଲ ମାଧ୍ୟମରେ ମା' ତାରିଣୀଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ନୂତନ ବର୍ଷ ଉପଲକ୍ଷେ ସବୁଠି ଖୁସିର ମାହୋଲ । ନୂତନ ବର୍ଷରେ ପରିବାରର ମଙ୍ଗଳ କାମନା କରିବା ପାଇଁ ସମସ୍ତେ ମନ୍ଦିରମୁହାଁ ହୋଇଥାନ୍ତି । କିନ୍ତୁ କୋଭିଡ଼କୁ ନେଇ ସବୁଠି ମନ୍ଦିରରେ ଦେବାଦେବୀଙ୍କ ଦର୍ଶନକୁ ବାରଣ କରାଯାଇଛି । ରାଜ୍ୟରେ କିଛି ମନ୍ଦିର ସାଧାରଣ ଦର୍ଶନକୁ କୋଭିଡ଼ ନିୟମ ଅନୁସାରେ ଖୋଲା ଯାଇଥିଲା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ମନ୍ଦିର ବନ୍ଦ ରହିଛି । ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ମଧ୍ୟ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଭର୍ଚ୍ଚୁଆଲ ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମା'ଙ୍କ ସକାଳ ଆଳତୀ ଓ ଅନ୍ୟାନ୍ୟ ପୂଜାନୀତିକୁ ଫେସବୁକ ଲାଇଭ କରାଯାଇଥିବା ବେଳେ ମନ୍ଦିର ବାହାରେ ଏକ ଏଲଇଡି ସ୍କ୍ରିନ ଲଗାଯାଇଛି । ଶ୍ରଦ୍ଧାଳୁମାନେ ମନ୍ଦିର ଗେଟ ବାହାରେ ମା' ତାରିଣୀୀଙ୍କ ଦର୍ଶନ ଭର୍ଚ୍ଚୁଆଲ ମାଧ୍ୟମରେ କରି ମାନସିକ ମାଗିଥିବା ଦେଖିବାକୁ ମିଳିଛି । ମନ୍ଦିର ପରିସରରେ କାର୍ଯ୍ୟ ଚାଲୁ ଥିବାରୁ ଏହା ଶେଷ ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଯଥାଶୀଘ୍ର କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.