ETV Bharat / state

ବିନା ଦର୍ଶନରେ ଜନ୍ମାଷ୍ଟମୀ ପାଳିଲେ ଭକ୍ତ

ଦେଶରେ ଅନଲକ-3 ଜାରି ହୋଇଥିଲେ ମଧ୍ୟ ରାଜ୍ୟରେ ମନ୍ଦିରକୁ ଭକ୍ତଙ୍କ ମନା । ଫଳରେ ଆଜି ବିନା ଦର୍ଶନରେ ପବିତ୍ର ଜନ୍ମାଷ୍ଟମୀ ପାଳିଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ବିନା ଦର୍ଶନରେ ଜନ୍ମାଷ୍ଟମୀ ପାଳିଲେ ଭକ୍ତ
ବିନା ଦର୍ଶନରେ ଜନ୍ମାଷ୍ଟମୀ ପାଳିଲେ ଭକ୍ତ
author img

By

Published : Aug 11, 2020, 12:29 PM IST

କେନ୍ଦୁଝର : ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଜନ୍ମାଷ୍ଟମୀ ପାଇଁ ସାରା ଦେଶ ଉତ୍ସବ ମୁଖର । ଚଳିତ ବର୍ଷ ଏହି ଉତ୍ସବକୁ ଫିକା ପକେଇ ଦେଇଛି କୋରୋନା । କୋରୋନା ମହାମାରୀ ପାଇଁ ଅନଲକ ୩ ରେ କେନ୍ଦ୍ର ସରକାର ମନ୍ଦିର ଦର୍ଶନକୁ କୋହଳ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ରାଜ୍ୟର ସବୁ ମଠ ମନ୍ଦିରକୁ ଦର୍ଶନ ବନ୍ଦ କରିଛନ୍ତି । ଏଥିପାଇଁ ଆଜି ସବୁ କୃଷ୍ଣ ମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଥିଲେ ମଧ୍ୟ ଭକ୍ତ ଦର୍ଶନ ନ ପାଇ ମନ କଷ୍ଟ କରିଛନ୍ତି ।

ବିନା ଦର୍ଶନରେ ଜନ୍ମାଷ୍ଟମୀ ପାଳିଲେ ଭକ୍ତ

ସେପଟେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କୋରୋନା କଟକଣା ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକଣା ପାଇଁ ମନ୍ଦିର ପ୍ରବେଶକୁ ନିଷେଧ କରାଯାଇଥିଲା ବେଳେ ମନ୍ଦିର ଭିତରକୁ ଭକ୍ତଙ୍କ ଭୋଗକୁ ଗ୍ରହଣ କରାଯାଇଛି । ରାତିରେ ମଧ୍ୟ ରୀତିନୀତି ଅନୁଯାୟୀ ପୂଜା ବିଧି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.