କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ କୋରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଲଗାଇଥିବା କଟକଣା ଉପରେ କୋହଳ କରୁଛନ୍ତି । ଧିରେ ଧିରେ ଦୀର୍ଘଦିନ ଧରି ବନ୍ଦ ଥିବା ମନ୍ଦିରଗୁଡିକ ମଧ୍ୟ କୋଭିଡ଼ ନିୟମ ଅନୁଯାୟୀ ଖୋଲାଯାଉଛି ।
କିନ୍ତୁ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ବଳଦେବଜୀଉ ଓ ମା' ତାରିଣୀଙ୍କ ମନ୍ଦିର ଖୋଲିବା ନେଇ ଅନିଶ୍ଚିତତା ଲାଗିରହିଛି । ଏହି ମନ୍ଦିର ଦୁଇଟି ଖୋଲିବାକୁ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଦାବି ହେଉ ଥିବାବେଳେ ଆଜି (ରବିବାର) କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ମଧ୍ୟ ଏହି ଦୁଇ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ।
ଏନେଇ ସେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଯଥାଶୀଘ୍ର ଏହି ଦୁଇ ମନ୍ଦିର ନଖୋଲିଲେ ପାଞ୍ଚ ତାରିଖରୁ ତାରିଣୀ ମନ୍ଦିର ସମ୍ମୁଖରେ ମୌନବ୍ରତ ସହ ଗଣଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ