ETV Bharat / state

ଘର ହରାଇଥିବା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପାଇଁ ଦାବି

କେନ୍ଦୁଝର ଜିଲ୍ଲା ନାରଙ୍ଗପୁର ଗ୍ରାମରେ ଘର ହରାଇଥିବା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 15, 2021, 1:22 PM IST

Demands for government to give shelter who lost his home in Keonjhar

କେନ୍ଦୁଝର: ଜିଲ୍ଲାର ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମରେ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ଜଣେ ଗ୍ରାମବାସୀଙ୍କୁ ସରକାରୀ ସହାୟତା ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ତେବେ ତାଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଘର ହରାଇଥିବା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପାଇଁ ଦାବି

ଗ୍ରାମର କ୍ଷେତ୍ରବାସୀ ସାଙ୍କର ଛପର ଘର କାଳବୈଶାଖିରେ ଉଡିଯାଇଥିଲା । ତେବେ ଏହି ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ । କୌଣସି ଅଧିକାରୀ ମଧ୍ୟ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏବେ ଖୋଲା ଆକାଶ ତଳେ ୪ପ୍ରାଣୀଙ୍କ ଜୀବନ ବିତୁଥିବା ଦେଖିବାକୁ ମିଳିଛି । ଅସହ୍ୟ ଖରାରେ ଖୋଲା ଆକାଶ ତଳେ କ୍ଷତିଗ୍ରସ୍ତ ଅନେକ ଅସୁବିଧା ଭୋଗୁଛନ୍ତି । ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଭଙ୍ଗାଘରକୁ ସଜାଡିବାକୁ ତାଙ୍କ ପାଖରେ ସମ୍ବଳ ନାହିଁ ତେଣୁ ତୁରନ୍ତ ସ୍ଥିତିର ଅନୁଧ୍ୟାନ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

କେନ୍ଦୁଝରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.