ETV Bharat / state

କୁକୁର ହାବୁଡରୁ ବଞ୍ଚିବାକୁ ଯାଇ କୂଅରେ ପଡିଲା ହରିଣ, ଉଦ୍ଧାର କଲେ ଲୋକେ

author img

By

Published : Sep 2, 2020, 12:30 PM IST

ବୁଧବାର ଶିକାରୀ କୁକୁର ହାବୁଡରେ ପଡି ଗୋଟିଏ ହରିଣର ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ହରିଣ ଆନନ୍ଦପୁର ବିଲାବନ୍ଧ ଗାଁ ଭିତରକୁ ଦୌଡି ଯାଇ କୁଅରେ ଗଳି ପଡିଥିବା ଜଣାପଡିଛି ।

deer
ଶିକାରୀ କୁକୁର ହାବୁଡରୁ ବଞ୍ଚିବାକୁ ଯାଇ କୂଅରେ ପଡିଲା ହରିଣ

ଆନନ୍ଦପୁର: ଶିକାରୀ କୁକୁର ହାବୁଡରୁ ବଞ୍ଚିବା ଭୟରେ ଏକ ହରିଣ କୂଅରେ ପଡିଯାଇଥିବା ଜଣାପଡିଛି । ବୁଧବାର କୁକୁର ହାବୁଡରେ ପଡି ଗୋଟିଏ ହରିଣର ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ହରିଣ ଆନନ୍ଦପୁର ବିଲାବନ୍ଧ ଗାଁ ଭିତରକୁ ଦୌଡି ଯାଇ କୂଅରେ ଗଳି ପଡିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆନନ୍ଦପୁର ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧରେ ଶିକାରୀ କୁକୁର ପ୍ରବେଶ କରି ସଙ୍ଗବଦ୍ଧ ହୋଇ ହରିଣଙ୍କୁ ଆକ୍ରମଣ କରି ମାରି ଖାଇଥିବା ଜଣାପଡିଛି । ସେହିପରି ବୁଧବାର ସକାଳେ ଶିକାରୀ କୁକୁର ହାବୁଡରେ ପଡି ଗୋଟିଏ ହରିଣର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ହରିଣ ବିଲାବନ୍ଧ ଗାଁ ଭିତରକୁ ଦୌଡି ଯାଇ କୁଅରେ ଗଳି ପଡିଛି ।

ସ୍ଥାନୀୟ ଲୋକମାନେ କୂଅରୁ ସାବଧାନତାର ସହ ହରିଣଟିକୁ ଉଦ୍ଧାର କରିବା ସହ ବନବିଭାଗ ତରଫରୁ ହରିଣର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହାପରେ ହରିଣଟିକୁ ସ୍ଥାନୀୟ ବରାଙ୍ଗ ଜଙ୍ଗଲରେ ଛାଡି ଦିଆଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.