ETV Bharat / state

ଉଲିବୁର ଖଣି ଦୁର୍ନୀତି ମାମଲା:କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା ଓ ମାନସ ମହାନ୍ତି

ବହୁ ଚର୍ଚ୍ଚିତ ଉଲିବୁର ଖଣି ଦୁର୍ନୀତି ମାମଲାରେ କେନ୍ଦୁଝର ସ୍ପେସିଆଲ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଓ ସେହି ସମୟରେ ଖଣି ଅଧିକାରୀ ଦାୟିତ୍ବରେ ଥିବା ମାନସ ମହାନ୍ତି । ଅଧିକ ପଢନ୍ତୁ...

କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା ଓ ମାନସ ମହାନ୍ତି

author img

By

Published : Mar 18, 2021, 9:45 PM IST

କେନ୍ଦୁଝର: କୋର୍ଟରେ ହାଜର ହେଲେ ଖଣି ଦୁର୍ନୀତି ମାମଲାରେ ଥିବା ଦୀପକ ଗୁପ୍ତା ଓ ମାନସ ମହାନ୍ତି । ବହୁ ଚର୍ଚ୍ଚିତ ଉଲିବୁର ଖଣି ଦୁର୍ନୀତି ମାମଲାରେ କେନ୍ଦୁଝର ସ୍ପେସିଆଲ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଓ ସେହି ସମୟରେ ଖଣି ଅଧିକାରୀ ଦାୟିତ୍ବରେ ଥିବା ମାନସ ମହାନ୍ତି ।

କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା ଓ ମାନସ ମହାନ୍ତି

ଏହି ଖଣି ଦୁର୍ନୀତି ମାମଲାରେ ଏବେ ବି ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ପରିବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ସତ୍ତ୍ବେ ହାଜର ନହୋଇ ଫେରାର ହୋଇ ରହିଛନ୍ତି । ସେମାନଙ୍କ ବିରୁଦ୍ଧରେ କୋର୍ଟରେ ହାଜର ହେବା ପାଇଁ ଧାରା 82 ଅନୁଯାଇ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରୋକ୍ଲାମେସନ୍ ଜାରି କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ତତ୍କାଳୀନ ବଡ଼ବିଲ ଜଙ୍ଗଲ ବିଭାଗ ବନାଞ୍ଚଳ ଅଧିକାରୀ ଦିଲୀପ ବେହୁରା ଓ ଜଗଦୀଶ ମିଶ୍ର ଅନ୍ତର୍ଭୁକ୍ତ ଏମାନଙ୍କ ବିରୁଦ୍ଧରେ P.C ACT 1988ର SEC 13(2)R/W 13 (1)(c)(d) ଏବଂ IPC ର ଧାରା 468,420,379,411,409, ଓ 120(b) ଭଳି ସଙ୍ଗୀନ ଅଭିଯୋଗ ଅଛି ।

ଏମାନେ ଜାଣିଶୁଣି କୋର୍ଟ ନୋଟିସକୁ ଫେରାଉଛନ୍ତି ବା ଫେରାର ହୋଇଯାଇଛନ୍ତି କହି ଧାରା 82 ଅନୁଯାଇ କୋର୍ଟ ପ୍ରୋକ୍ଲାମେସନ୍ (proclamation) ଜାରି କରିଛନ୍ତି । ପ୍ରକାଶ ଥାଉଯେ, ଏହି ଖଣି ଦୁର୍ନୀତି ମାମଲାରେ ପୂର୍ବରୁ ଜେଲ ଯାଇ ଦୀପକ ଗୁପ୍ତା ଜାମିନରେ ଅଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.