ETV Bharat / state

ବଡ଼ବିଲ ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ - ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଡ଼ବିଲ ଉପକାରାଗାରରେ ଜଣେ ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ ଘଟିଛି । ସେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଧିକ ପଢନ୍ତୁ...

ବଡ଼ବିଲ ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

author img

By

Published : Jun 26, 2020, 4:30 PM IST

Updated : Jun 26, 2020, 5:00 PM IST

କେନ୍ଦୁଝର: ବଡ଼ବିଲ ଉପକାରାଗାରରେ ଜଣେ ହତ୍ୟା ମାମଲାରେ ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ ଘଟିଛି । ସେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ମହିଳାଙ୍କ ନାମ ସବିତା ମୁଣ୍ଡା ହୋଇଥିବା ବେଳେ ଏକ ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୋଗରେ ସେ ଗତ ମେ ୧୬ ତାରିଖରୁ ଜେଲରେ ଥିଲେ।

ବଡ଼ବିଲ ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ସୂଚନାଯୋଗ୍ୟ, ଆଜି ସକାଳ ଜଳଖିଆ ଖାଇବା ପରେ ସବିତାଙ୍କୁ କିଛି ସମୟ ପାଇଁ ଖୋଲାରେ ଛଡ଼ାଯାଇଥିଲା। ହେଲେ କିଛି ସମୟ ପରେ ତାଙ୍କୁ ଖୋଜା ଯିବାରୁ ଜେଲ ଭିତରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଗତ କିଛିଦିନ ଧରି ସବିତା ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିବା ଜେଲର କର୍ମଚାରୀମାନେ କହୁଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ତେବେ ଖବର ପାଇ ବଡ଼ବିଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମହିଳାଙ୍କ ଘର ବଡ଼ବିଲ ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ହୋଇଥିବା ବେଳେ ସେ ଗତ ମେ ମାସ ୯ ତାରିଖରେ ଡାହାଣୀ ସନ୍ଦେହରେ ନିଜର ସମ୍ପର୍କୀୟ ଶାଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jun 26, 2020, 5:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.