କେନ୍ଦୁଝର : ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ କଏଦୀର ଜେଲ ପରିସରରେ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ । ମୃତକ ଜଣକ ହେଲେ ଖଗେଶ୍ବର ବେହେରା । ତେବେ ଖଗେଶ୍ବର ମାନସିକ ଓ ମଧୁମେହ ରୋଗୀ ଥିଲେ । ଗତକାଲି ଠାରୁ ତାଙ୍କ ଦେହ ଖରାପ ଥିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ବୋଲି ଜିଲ୍ଲା କାରା ଅଧୀକ୍ଷକ ପ୍ରକାଶ କରିଛନ୍ତି ।
ଏନେଇ ଜିଲ୍ଲା କାରା ଅଧୀକ୍ଷକ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଆଜି ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା କାରା ଅଧୀକ୍ଷକ ପ୍ରକାଶ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ଇଟିଭି ଭାରତ, କେନ୍ଦୁଝର