ETV Bharat / state

ଚାଷଜମିରେ ଅଜଣା ମୃତଦେହ; ହତ୍ୟା ସନ୍ଦେହ - murder in keonjhar kapaspada

କେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ନିକଟସ୍ଥ କପାସପଡ଼ା ଗ୍ରାମ ନିକଟରେ ରାସ୍ତାକଡରେ ଥିବା ଏକ ବିଲ ମଝିରେ ଆଜଣା ବ୍ୟକ୍ତିର ମୃତଦେହ ପଡି ରହିଛି । ମୃତବ୍ୟକ୍ତିର ପରିଚୟ ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବିଲ ମଝିରେ ପଡିଛି ଅଚିହ୍ନା ବ୍ୟକ୍ତିର ମୃତଦେହ
author img

By

Published : Oct 10, 2019, 5:10 PM IST

କେନ୍ଦୁଝର: ବିଲ ମଝିରେ ପଡି ରହିଛି ଆଜଣା ବ୍ୟକ୍ତିର ମୃତଦେହ । ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ନିକଟସ୍ଥ କପାସପଡ଼ା ଗ୍ରାମ ନିକଟରେ । ଉକ୍ତ ମୃତଦେହଟି ଦୁଇ ତିନିଦିନ ତଳର ବୋଲି ଅନୁମାନ କରାଯାଉଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହଟି ଏଠାରେ ପକାଇଥିବା ଅନୁମାନ କରାଯାଉଛି ।

ବିଲ ମଝିରେ ପଡିଛି ଅଚିହ୍ନା ବ୍ୟକ୍ତିର ମୃତଦେହ

ସୂଚନାନୁଯାୟୀ, ସ୍ଥାନୀୟ ଅଞ୍ଚଳର ଲୋକ ଚାଷଜମିକୁ ଯାଉଥିବା ସମୟରେ ମୃତ ଦେହଟି ପଡିଥିବାର ଦେଖି ନିକଟସ୍ଥ ଢେ଼ଙ୍କିକୋଟ ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ମୃତବ୍ୟକ୍ତି ଜଣକ ମଧ୍ୟବୟସ୍କ ବୋଲି ଜଣା ପଡୁଥିବା ବେଳେ ସେ ଏକ କଳାରଙ୍ଗର ପ୍ୟାଣ୍ଟ୍ ଓ ଧଳାରଙ୍ଗର ଫୁଲସାର୍ଟ ପିନ୍ଧି ଥିବାର ଦେଖିବାକୁ ମିଳିଛି ।

ଅଧିକ ତଦନ୍ତ ପାଇଁ ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ ଓ ଥାନା ଅଧିକାରୀ ବନ୍ଦନା ପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳି ପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ରାସ୍ତା କଡ଼ରେ ପଡି ରହିଛି ଅଚିହ୍ନା ବ୍ୟକ୍ତି ର ମୃତଦେହ,ହତ୍ୟା ସନ୍ଦେହBody:ଆଙ୍କର- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀକୁ ନିକଟସ୍ଥ କପାସପଡ଼ା ଗ୍ରାମ ସୀମା ନିକଟରେ ପାଣିରେ ପଡ଼ିରହିଛି ଏକ ଅଜଣା ବ୍ୟକ୍ତିର ମୃତଦେହ। ଉକ୍ତ ମୃତ ଦେହଟି ଦୁଇ ତିନିଦିନ ତଳର ବୋଲି ଅନୁମାନ କରାଯାଉଛି।କେହି ଦୁର୍ବୃତ୍ତ ହତ୍ୟା କରି ମୃତ ଦେହଟିକୁ ଏଠାରେ ପକାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଅଞ୍ଚକର ଲୋକ ଚାଷଜମିକୁ ଯାଉଥିବା ସମୟରେ ମୃତ ଦେହଟି ପଡିଥିବା ର ଦେଖି ନିକଟସ୍ଥ ଢେ଼ଙ୍କିକୋଟ ଫାଣ୍ଡିକୁ ଖବର ଦେଇଥିଲେ।ଖବର ପାଇ ଢେଙ୍କିକୋ ଟ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ମୃତବ୍ୟକ୍ତି ଜଣକ ମଧ୍ୟ ବୟସ୍କ ବୋଲି ଜଣା ପଡୁଥିବା ବେଳେ ସେ ଏକ ପ୍ୟାଣ୍ଟ୍ ଓ ଫୁଲ ସର୍ଟ୍ ପିନ୍ଧି ଥିବାର ଦେଖିବାକୁ ମିଳିଛି। ଅଧିକ ତଦନ୍ତ ପାଇଁ ଘଟଗାଁ SDPO ରବୀନ୍ଦ୍ର ମଲ୍ଲିକ ଓ ଥାନା ଅଧିକାରୀଣି ବନ୍ଦନା ପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ମୃତ ବ୍ୟକ୍ତି ର କୌଣସି ପରିଚୟ ମିଳି ପାରି ନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.