କେନ୍ଦୁଝର: ଜଙ୍ଗଲ ଭିତରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ। ସଦର ଥାନା ବାସୁଦେବପୁର ଗାଁ ନିକଟ କାନକୋଳି ଘାଟି ଜଙ୍ଗଲରେ ଗଳିତ ମୃତଦେହ ଠାବ କରିଛନ୍ତି ଗାଁଲୋକେ ।
ଆଜି କିଛି ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ବେଳ ଦୁର୍ଗନ୍ଧ ହେବାରୁ ସେମାନେ ଖୋଜାଖୋଜି କରିବାପରେ ମୁଣ୍ଡ ବିହୀନ ମୃତଦେହ ଦେଖିଥିଲେ । ଲୋକେ ପରେ ସେଠାରେ ମୁଣ୍ଡ ଖୋଜି ମଧ୍ୟ ପାଇନଥିଲେ । ମୃତଦେହଟି ଅର୍ଦ୍ଧନଗ୍ନ ଅଵସ୍ଥାରେ ପଡିଥିବାବେଳେ ଦେହଟି ଫୁଲି ଯାଇଥିବାରୁ ଦୁଇ ତିନ ଦିନ ତଳୁ କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।
ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ