ETV Bharat / state

ଠକିଦେଲେ ଠିକାଦାର !

ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନାରେ ଦେଢକୋଟି ଟଙ୍କାର ବ୍ଯୟରେ ନିର୍ମାଣ ହୋଇଥିବା ବଲରାମପୁର-ଅତାସାଇ ରାସ୍ତା ସାମାନ୍ଯ ବର୍ଷାରେ ଧସେଇ ପଡିଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଆଉ ଏହାପରେ ଗ୍ରାଉଣ୍ଡରେ ପହଞ୍ଚିଛି ‘ଇଟିଭି ଭାରତ’ ।

author img

By

Published : Jul 3, 2019, 3:30 PM IST

Updated : Jul 3, 2019, 6:45 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ କହିଥିଲେ ଦେଶର ବିକାଶ ଗାଁରୁ ସମ୍ଭବ । ସେଥିପାଇଁ ତ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ହେଲେ ଏଠି ଯୋଜନା ହୋଇଛି, କାର୍ଯ ବି ହୋଇଛି । କିନ୍ତୁ କେଉଁ ମାନର କାମ ହୋଇଛି ତାହା ଟିକେ ଭଲକି ଦେଖିନ୍ତୁ । ଏ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତ୍ରର୍ଗତ ବଳରାମପୁର ପଞ୍ଚାୟତର ଦୃଶ୍ଯ ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ଆନନ୍ଦପୁର

ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନାରେ ଦେଢକୋଟି ଟଙ୍କାର ବ୍ଯୟରେ ନିର୍ମାଣ ହୋଇଛି ବଲରାମପୁର-ଅତାସାଇ ରାସ୍ତା । ଆଉ ରାସ୍ତାର ସୁରକ୍ଷା ପାଇଁ ତିଆରି ହୋଇଥିଲା 50 ଫୁଟର ପାଚେରୀ । କିନ୍ତୁ ଅସରାଏ ବର୍ଷାରେ ଭୁଶୁଡ଼ି ପଡିଛି ସୁରକ୍ଷା ପାଚେରୀ । ଏପଟେ ପାଚେରୀ ଭୁଶୁଡିବାରୁ ଧସିଛି ମୁଖ୍ୟ ରାସ୍ତା । ଆଉ ଠପ୍ ହୋଇଯାଇଛି ପାଞ୍ଚଖଣ୍ଡ ଗ୍ରାମବାସୀଙ୍କ ଗମନାଗମନ । ଏପଟେ ତୁରନ୍ତ ମରାମତି ଏବଂ ତଦନ୍ତ କରାଯାଇ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।

ଦେଢକୋଟିର ରାସ୍ତା ଧୋଇ ଯାଇଯିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି 5ଖଣ୍ଡ ଗ୍ରାମବାସୀ । ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଭୁଶୁଡ଼ି ପଡିୁଥିବା ଏହି ରାସ୍ତାର ଅବସ୍ଥା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

For testing

Conclusion:
Last Updated : Jul 3, 2019, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.