ETV Bharat / state

Cyber Awareness Campaign: ମାରାଥନ ମାଧ୍ୟମରେ ସାଇବର ସଚେତନତା ବାର୍ତ୍ତା - ସାଇବର ସଚେତନତା ପାଇଁ ମାରାଥନ ରେସ

ସାଇବର ସଚେତନତା ପାଇଁ କେନ୍ଦୁଝର ସହରରେ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ । କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏଥିରେ ସ୍ପୋର୍ଟସ ହଷ୍ଟେଲ ଛାତ୍ର, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବହୁ ଅନୁଷ୍ଠାନର ସଦସ୍ୟ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ମାରାଥନ ମାଧ୍ୟମରେ ସାଇବର ସଚେତନତା ବାର୍ତ୍ତା
ମାରାଥନ ମାଧ୍ୟମରେ ସାଇବର ସଚେତନତା ବାର୍ତ୍ତା
author img

By ETV Bharat Odisha Team

Published : Oct 8, 2023, 2:42 PM IST

ମାରାଥନ ମାଧ୍ୟମରେ ସାଇବର ସଚେତନତା ବାର୍ତ୍ତା

କେନ୍ଦୁଝର: ସାଇବର ସଚେତନତା ପାଇଁ କେନ୍ଦୁଝର ସହରରେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ । କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏଥିରେ ସ୍ପୋର୍ଟସ ହଷ୍ଟେଲ ଛାତ୍ର, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବହୁ ଅନୁଷ୍ଠାନର ସଦସ୍ୟ ଯୋଗ ଦେଇଥିଲେ । ଏହି ମାରାଥନ ଜରିଆରେ ଲୋକମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିଥିଲେ ପୋଲିସ ଅଧିକାରୀ ।

ଏହାମଧ୍ୟ ପଢନ୍ତୁ..Cyber Awareness Campaign: ଖୋର୍ଦ୍ଧା ଓ ମୟୂରଭଞ୍ଜରେ ସାଇବର କ୍ରାଇମ ରୋକିବାକୁ ସଚେତନତା

ସାଇବର ଅପରାଧକୁ ରୋକିବା ପାଇଁ ଓ ଏହାକୁ ନେଇ ସଚେତନ କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ପୂର୍ବରୁ ସାଇବର ସଚେତନତା ରଥ ଗାଁଠୁ ସହର ବୁଲିବୁଲି ଲୋକମାନଙ୍କୁ ସଚେତନ କରୁଥିବା ବେଳେ ଆଜି କେନ୍ଦୁଝର ସହରରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ଥାନୀୟ କେନ୍ଦୁଝର ପୋଲିସ ମୁଖ୍ୟାଳୟରୁ ଏହି ମାରାଥନକୁ ଏସପି ନୀତିନ କୁସଳକର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମାରାଥନ ଲାବଣ୍ୟ ଛକ, ଜଗନ୍ନାଥପୁର ଛକ, ପାର୍କ, ଚର୍ଚ୍ଚ ଛକ ଦେଇ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲା । ତେବେ ଏହି ମାରାଥନରେ ସ୍ପୋର୍ଟସ ହଷ୍ଟେଲ ଛାତ୍ର, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବହୁ ଅନୁଷ୍ଠାନର ସଦସ୍ୟ ସାମିଲ ହୋଇଥିଲେ । ମାରାଥନ ଶେଷରେ ରିଜର୍ଭ ପଡିଆରେ ଏକ ସଭାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବହୁ ଅଧିକାରୀଙ୍କ ସହ ବହୁ ବୁଦ୍ଧିଜୀବୀ, ସାଧାରଣ ନାଗରିକ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..Cyber Safety: ସାଇବର ସଚେତନତା ଗୀତ ଗାଇଲେ ପୋଲିସ ଅଧିକାରୀ

ଦିନକୁ ଦିନ ସାଇବର କ୍ରାଇମ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ପାଇଁ ପୋଲିସ ଓ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ନୂତନ ପ୍ରଣାଳୀରେ ସାଇବର ଠକମାନେ ବିଭିନ୍ନ ପ୍ରକାରରେ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟ୍‌ କରୁଛନ୍ତି । ସଚେତନତା ଅଭାବରୁ ଗରିବ ହେଉକି ଧନୀ, ମୁର୍ଖ ହେଉକି ପାଠୁଆ ଏଭଳି ସାଇବର ଠକଙ୍କ ହାବୁଡ଼ରେ ପଡ଼ି ନିଜ କ୍ଷତି ସହୁଛନ୍ତି । ଏହି ସାଇବର କ୍ରାଇମ ରୋକିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୋଲିସ। ଏନେଇ ସମାଜର ତଳ ସ୍ତର ପଯ୍ୟନ୍ତ ଏହି ସଚେତନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛି ଓଡ଼ିଶା ପୋଲିସ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ସଚେତନତା ଅଭିଯାନ ପାଇଁ କେନ୍ଦୁଝର ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୂର୍ବରୁ ସାଇବର ସଚେତନତା ରଥ ବୁଲିବୁଲି ଲୋକମାନଙ୍କୁ ସଚେତନ କରୁଥିବା ବେଳେ ଆଜି ସହରରେ ମାରାଥନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା କେନ୍ଦୁଝର ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.