ETV Bharat / state

କୋଭିଡ ନିୟମ ଭାଙ୍ଗି ଚାଲିଛି ସଚେତନତା କାର୍ଯ୍ୟକ୍ରମ - କୋଭିଡ କଟକଣାକୁ ଫୁ

କୋଭିଡ ନିୟମ ଭୁଲିଗଲେ ବିଜେଡିର କର୍ମୀ ଓ ନେତା । କୋଭିଡ ସଚେତନତା ସମୟରେ ମାନିଲେନି କଟକଣା । ଅଧିକ ପଢନ୍ତୁ....

covid guidelines violation in kendujhar
କୋଭିଡ ନିୟମକୁ ଫୁ କରି ଚାଲିଛି ଜନସଚେତନତା
author img

By

Published : Oct 14, 2020, 4:32 PM IST

Updated : Oct 14, 2020, 5:10 PM IST

କେନ୍ଦୁଝର: କୋଭିଡ କଟକଣାକୁ ଫୁ କରି କରାଯାଉଛି ଜନ ସଚେତନତା । କୋରୋନା ମହାମାରୀରୁ ରକ୍ଷା କରିବା ବିଜେଡି ପକ୍ଷରୁ କରାଯାଉଛି ଜନ ସଚେତନତା ଅଭିଯାନ । ଘର ଘର ବୁଲି ଦଳର କର୍ମୀମାନେ ମାସ୍କ ଓ ସାନିଟାଇଜର ବାଣ୍ଟୁଛନ୍ତି । ଦଳ ପକ୍ଷରୁ ନୂତନ ଯୁବ ସଭାପତିଙ୍କ ନେତୃତ୍ବରେ କେନ୍ଦୁଝର ସହରରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କୋଭିଡ ନିୟମ ଭାଙ୍ଗି ଚାଲିଛି ସଚେତନତା କାର୍ଯ୍ୟକ୍ରମ

ବିଜୁ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ପରେ ଏକ ବିରାଟ ପଟୁଆରରେ ସହରର ସାତ ନମ୍ବର ୱାର୍ଡରେ ମାସ୍କ ବଣ୍ଟନ କରିଥିଲେ ଦଳର ଶତାଧିକ କର୍ମୀ । କୋଭିଡ଼ ବିରୋଧରେ ସଚେତନତା ଅଭିଯାନରେ କୋଭିଡ଼ ନିୟମକୁ ଭଙ୍ଗ କରିଥିଲେ ଦଳର ତୁଙ୍ଗ ନେତାମାନେ। ଯୁବ ସଭାପତିଙ୍କ ନେତୃତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ସାଂସଦ, ଚମ୍ପୁଆ ବିଧାୟିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆଦି ମଧ୍ୟ ସାମିଲ ହୋଇଥିଲେ । ପ୍ରଶାସନ ଓ ପୋଲିସ ସାଧାରଣ ଲୋକଙ୍କ ପାଇଁ କଡା ନିୟମ ଜାରି କରୁଥିବା ବେଳେ ନେତାଙ୍କ ପାଇଁ କାହିଁକି ନିୟମ କୋହଳ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Oct 14, 2020, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.