ETV Bharat / state

ହାତୀ ଆକ୍ରମଣରେ ଦମ୍ପତି ଗୁରୁତର

author img

By

Published : Feb 7, 2021, 10:35 AM IST

କେନ୍ଦୁଝରରେ ଥମୁନି ହାତୀ ଉପଦ୍ରବ। କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛନ୍ତି । ସେଥିପାଇଁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଘରକୁ ଫେରିବା ବେଳେ ହାତୀ ଆକ୍ରମଣରେ ଦମ୍ପତି ଗୁରୁତର ।

ହାତୀ ଆକ୍ରମଣରେ ଦମ୍ପତ୍ତି ଗୁରୁତର
ହାତୀ ଆକ୍ରମଣରେ ଦମ୍ପତ୍ତି ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ । ଘରକୁ ଫେରିବା ବେଳେ ହାତୀ ଆକ୍ରମଣରେ ଦମ୍ପତି ଗୁରୁତର । କଙ୍କଡାହାଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଦମ୍ପତି ।

ହାତୀ ଆକ୍ରମଣରେ ଦମ୍ପତି ଗୁରୁତର

ଶନିବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ଜନାର୍ଦ୍ଦନ ସାହୁ ତାଙ୍କ ସ୍ତ୍ରୀଙ୍କ ସହ ଘରକୁ ଫେରୁଥିବା ବେଳେ ରାଇସୁଆଁ ଗାଁ ନିକଟ ଦଦରା ନାଳ ରାସ୍ତାରେ ହାତୀପଲଙ୍କ ସମ୍ମୁଖୀନ ହୋଇଥିଲେ । ହାତୀ ଜନାର୍ଦ୍ଦନଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇଥିଲା । ଫଳରେ ଖବର ପାଇ ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି କଙ୍କଡାହାଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସେହିପରି ଭିମକାଣ୍ଡ ଗାଁ ଭିତରେ ପଶି ତିନି ଟିକିଆ ହାତୀପଲ ଉପଦ୍ରବ କରିଛନ୍ତି । ଗାଁରେ ଲୋକଙ୍କ ଏକର ଏକର ଆଳୁ ଫସଲକୁ ଖାଇବା ସହ ଦଳି ମକଚି ନଷ୍ଟ କରିଛନ୍ତି । ଚାଷୀ କରିଥିବା ଆଳୁ ଫସଲ ଏବେ ହାତୀପଲଙ୍କ ଦ୍ବାରା ନଷ୍ଟ ହୋଇ ଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ହାତୀପଲକୁ ନିରିକ୍ଷଣ କରି ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବାରୁ ତେଲକୋଇ ରେଞ୍ଜର ବିଭିନ୍ନ ଫରେଷ୍ଟ ବିଟ ଅଞ୍ଚଳରେ ହାତୀପଲ ଘର ଭାଙ୍ଗିବା ସହିତ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.