କେନ୍ଦୁଝର: ବିଶ୍ବରେ କୋରୋନା ଭୂତାଣୁ ମହାମାରୀର ରୂପ ନେଲାଣି । ଏହାକୁ ରୋକିବାକୁ ଭାରତ ସରକାର ଦେଶରେ 21ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏହାସହ ଏହି ମାରାତ୍ମକ କୋଭିଡ-19 ଭୂତାଣୁ ନବ୍ୟାପିବା ପାଇଁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଯେଉଁସବୁ ସ୍ଥାନମାନଙ୍କରେ ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି ସେହିସବୁ ସ୍ଥାନକୁ ବିଶୋଧନ କରାଯାଉଛି ।
ଏନେଇ ବୁଧବାର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ଲିଂଚି ମିଶା ପାଣିରେ ବିଶୋଧନ କରାଯାଇଛି । ଜିଲ୍ଲା ଅଗ୍ନିଶମ ଅଧିକାରୀ ଶଶାଙ୍କ ମହାପାତ୍ରଙ୍କ ତତ୍ବାବଧାନରେ ଚିକିତ୍ସାଳୟର ସମସ୍ତ ପରିସରକୁ ବିଶୋଧନ କରାଯାଇ ଥିବାବେଳେ ଆଗାମୀ ଦିନରେ ଅନ୍ୟ ସ୍ଥାନ ମାନଙ୍କରେ ଏହି କାର୍ଯ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ