କେନ୍ଦୁଝର: ଜିଲ୍ଲାରେ ଆଜି ଆଉ ୧୬ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି । ଏହି ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୧୪ ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣ ଟିଏମସିରୁ ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଆଜି ଜିଲ୍ଲାରେ ୧୬ ଆକ୍ରାନ୍ତ ଚିହ୍ନଟ ପରେ ଏକ ହାଜର ପାର ହୋଇଛି ସଂଖ୍ୟା ।
ଏହି ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ହାଟଡିହିରୁ ସର୍ବାଧିକ ୮ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଆନନ୍ଦପୁର ପୋରପାଳିକାରୁ ୨ ଜଣ, ସଦର ବ୍ଲକରୁ ୨ ଜଣ, ଚମ୍ପୁଆ ଓ ଝଂପୁରା ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଟିଏମସିର ତେଲକୋଇ ଓ ଘଟଗାଁ ବ୍ଲକରୁ ଜଣେ ଲେଖାଏଁ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ କୋଭିଡ ମେଡିକାଲକୁ ପଠାଇ ଦିଆଯାଇଛି । ଜିଲ୍ଲାରେ ଆଜକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୮ରେ ପହଁଚିଛି । ଏଥିମଧ୍ୟରୁ ୭୨୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ ମାମଲା ୨୭୭ ରହଛି ।
ଜିଲ୍ଲାରେ ଟିଏମସିରୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ପ୍ରଶାସନର ଚିନ୍ତା ବଢାଇଛି । ପ୍ରଶାସନ ପକ୍ଷରୁ ମାସ୍କ ଓ ସାମାଜିକ ଦୂରତ୍ୱକୁ ମାନିବାକୁ ଅନୁରୋଧ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ