ଆନନ୍ଦପୁର: ତପନ କୁମାର ନାୟକ ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି ।
ସେ ଦାୟିତ୍ବ ଗ୍ରହଣ କଲା ପରେ ଶୁକ୍ରବାର ଆନନ୍ଦପୁର ପୌରାଞ୍ଚଳରେ କୋରୋନା ସ୍ଥିତିକୁ ନେଇ ଏକ ବୈଠକ କରିଛନ୍ତି । ବୈଠକରେ ଦୋକାନୀମାନଙ୍କୁ ମାସ୍କ ପିନ୍ଧିବା ସହ ଦୋକାନ ଆଗରେ ବ୍ୟାରିକେଡ ଓ ସାନିଟାଇଜର ରଖି ଗ୍ରାହକ ମାନଙ୍କୁ ସାମଗ୍ରୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ତପନ କୁମାର ନାୟକ, ହିତାଂଶୁ ସାମଲ ଓ ଏସଡିପିଓ ବିଦ୍ୟୁତ ଚନ୍ଦ୍ର ପଣ୍ଡାଙ୍କ ସମେତ ପୌରାଞ୍ଚଳରେ ଥିବା ବିଭିନ୍ନ ୱାର୍ଡର ଛକ ବ୍ୟବସାୟୀ ଯୋଗ ଦେଇଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ