ETV Bharat / state

ନାବାଳିକାଙ୍କୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ

author img

By ETV Bharat Odisha Team

Published : Oct 11, 2023, 7:37 PM IST

ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ 20ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ
ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ

ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର: ପୀଡିତାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ଆଜି କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ ଦୁଷ୍କର୍ମ ମାମଲାକୁ ନେଇ ଶୁଣାଣି ହୋଇଛି । ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି ସହ 20 ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ରାୟ ଶୁଣାଇଛନ୍ତି । ତେବେ କେସ ପରିଚାଳନା ହେଉଥିବା ବେଳେ ପୀଡିତାକୁ କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ପ୍ରଦାନ ପାଇଁ ପୋକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଵତନ୍ତ୍ର ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି, ‘‘2019 ମସିହାରେ ପୀଡିତାଙ୍କୁ ଦୁଷ୍କର୍ମ କରାଯାଥିଲା । ଆଜି ସ୍ୱତନ୍ତ୍ର କେସ ନମ୍ବର ୩୬୧/୩୫/୨୦୨୨/୨୦୧୯କୁ ବିଚାର କରି ପୋକ୍ସୋ କୋର୍ଟ ଦୁଷ୍କର୍ମକାରୀକୁ ୧୬ ଜଣ ସାକ୍ଷୀକୁ ଭିତ୍ତି କରି ୩୭୬/୩, ୩୬୩, ୩୪୨ IPCରେ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୨୦ ହଜାର ଟଙ୍କା ଫାଇନ ଲଗାଇଥିବା ବେଳେ ଅନାଦେୟ ଏକ ବର୍ଷ ଅଧିକ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ’’

ଏହା ମଧ୍ୟ ପଢନ୍ତୁ...ମାତୃହନ୍ତାକୁ 10 ବର୍ଷ ସଶ୍ରମ କାରାଦଣ୍ଡ, ଜେଜେ ମାଆ ହତ୍ୟାକାଣ୍ଡର ସାକ୍ଷୀ ଦେଲା ନାତି

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ଘଟିଥିଲା ଏହି ଜଘନ୍ୟକାଣ୍ଡ । ପୀଡ଼ିତା ନିଜ କକା ଖୁଡିଙ୍କ ସହ ଆନନ୍ଦପୁରର ଜିତୁବେଡା ଗାଁକୁ ମେଳା ଦେଖିବାକୁ ଯାଇଥିଲା । ପୀଡିତା ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲେ । ଅଭିଯୁକ୍ତ ମହା ଟୁଡୁ ନାବାଳିକା ପୀଡ଼ିତାଙ୍କୁ ତାଙ୍କ ଘରେ ଛାଡି ଦେବାର ପ୍ରତିଶ୍ରୁତି ଦେଇ ନିଜ ଗାଁ ପୁରୁଣାପାଣିକୁ ନେଇ ଯାଇଥିଲା । ସେଠାରେ ସେ ପୀଡ଼ିତାଙ୍କୁ ବିବାହ କରିବାକୁ ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ଘର ଲୋକେ ଝିଅକୁ ଖୋଜିବା ପରେ ଝିଅ ଅଭିଯୁକ୍ତ ଘରେ ଥିବା ଜାଣିବାକୁ ପାଇଥିଲେ । ପରେ ମହା ଟୁଡ଼ୁଙ୍କ ଘରେ ପହଞ୍ଚିବାପରେ ମହାଙ୍କ ଗାଁ ଲୋକେ ପୀଡ଼ିତାଙ୍କ ଘର ଲୋକଙ୍କୁ ତଡ଼ି ଦେଇଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ଆନନ୍ଦପୁର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଆଧାର କରି ପୋଲିସ ମହାଙ୍କ ଘରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ ପୋକ୍ସୋ କୋର୍ଟ ଦୀର୍ଘ 3 ଧରି ମାମଲା ବିଚାର ପରେ ଦୋଷୀକୁ ଦଣ୍ଡିତ କରିଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ...୧୩ ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ, ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.