ETV Bharat / state

‘ଖାଉଟି ଅଧିକାର ସୁରକ୍ଷା ପାଇଁ ସଚେତନତା ଆବଶ୍ୟକ’

author img

By

Published : Oct 11, 2021, 11:54 AM IST

ଦୁଇଦିନିଆ ଗସ୍ତରେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ବିଚାରପତି । ଖାଉଟି ଅଧିକାର ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର କଲେ ତଦାରଖ । ଅଧିକ ପଢନ୍ତୁ...

‘ଖାଉଟି ଅଧିକାର ସୁରକ୍ଷା ପାଇଁ ସଚେତନତା ଆବଶ୍ୟକ’
‘ଖାଉଟି ଅଧିକାର ସୁରକ୍ଷା ପାଇଁ ସଚେତନତା ଆବଶ୍ୟକ’

କେନ୍ଦୁଝର: ଦୁଇଦିନିଆ ଗସ୍ତରେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ବିଚାରପତି । କେନ୍ଦୁଝରର ଖାଉଟି ଅଧିକାର ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଖାଉଟି ଅଧିକାରର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ ବୋଲି ସେ କହିଛନ୍ତି । ଖାଉଟିଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ କରାଯାଉଛି ବୋଲି ସେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଖାଉଟିମାନେ ସେ ସମସ୍ତ ଆଇନ ସମ୍ପର୍କରେ ସଚେତନ ନଥିବା କହିଥିଲେ । ଖାଉଟିଙ୍କ ସୁରକ୍ଷା ପାଇଁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଖାଉଟି ଅଧିକାର ସୁରକ୍ଷା ପାଇଁ ଜିଲ୍ଲା ,ରାଜ୍ୟ ଓ ଜାତୀୟସ୍ତରରେ ଆୟୋଗ କାର୍ଯ୍ୟ କରୁଛି । ଖାଉଟି ଶୋଷଣ କିମ୍ବା ଠକେଇର ଶୀକାର ହେଲେ ସେମାନେ ଆୟୋଗରେ ସିଧାସଳଖ ଅଭିଯୋଗ କରିପାରିବେ । ଖାଉଟି ସୁରକ୍ଷା ଅଧିନିୟମ ୧୯୮୬ରେ ସଂସ୍କାର ଅଣାଯାଇ ୨୦୧୯ରେ ନୂତନ ଅଧିନିୟମ ଅଣାଯାଇ ଜୁଲାଇ ୨୦୨୦ରୁ ନୂତନ ଆଇନ କାର୍ଯ୍ୟକାରୀ ହୋଇଆସୁଛି । ସେହି ନୂତନ ଅଧିନିୟମରେ ଖାଉଟିର ଅଧିକାର ଓ ଦାବି ସମ୍ପର୍କରେ ଗୁରୁତ୍ୱାରୋପ ମଧ୍ୟ କରିଥିଲେ ।

ଇ ଫାଇଲ ମାଧ୍ୟମରେ ମଧ୍ୟ ଖାଉଟି ଆୟୋଗ ନିକଟରେ ଅଭିଯୋଗ କରିପାରିବେ । ଲୋକ ଅଦାଲତ ମାଧ୍ୟମରେ ଖାଉଟି ଆୟୋଗ ଅର୍ନ୍ତଗତ ମାମଲାର ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯାଉଛି । ଖାଉଟି ଆୟୋଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି । ଏହି ଅବସରରେ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ସଭାପତି ବିଜୟଲକ୍ଷ୍ମୀ ଗିରି , ସଦସ୍ୟ ଭାରତଭୂଷଣ ଦାସ ଏବଂ ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ସଞ୍ଜୀବ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.