ETV Bharat / state

ବଢ଼ୁଛି ବେକାରୀ ସମସ୍ୟା, ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

author img

By ETV Bharat Odisha Team

Published : Nov 28, 2023, 6:41 PM IST

ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ସ୍ବର ଉତ୍ତୋଳନ କଲେ ଛାତ୍ର କଂଗ୍ରେସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଆଗକୁ ପଢ଼ନ୍ତୁ

ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ
ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

କେନ୍ଦୁଝର: ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ସ୍ବର ଉତ୍ତୋଳନ କଲେ ଛାତ୍ର କଂଗ୍ରେସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ । ମୁଖ୍ୟମନ୍ତ୍ରୀ ପ୍ରତି ବର୍ଷ ୨ ଲକ୍ଷ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ନିଯୁକ୍ତିର ସ୍ବପ୍ନ, ସ୍ବପ୍ନରେ ରହିଯାଇଛି । ୯ ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇଛନ୍ତି । ଜିଲ୍ଲାର ଖଣି ଓ ଶିଳ୍ପ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ଦାବି ହୋଇଛି ।

ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦାବିରେ କେନ୍ଦୁଝର ଜ଼ିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି । ଏହା ସହ ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀମାନେ ସ୍ଥାନୀୟ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ଯାଇ "ନିଯୁକ୍ତି କ୍ରାନ୍ତି" ବିକ୍ଷୋଭ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ରଙ୍ଗେଇଲୁଣ୍ଡାରେ ବିଜେପିର ବିକ୍ଷୋଭ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗର୍ଜିଲେ ନେତା

ଆମ ରାଜ୍ୟରେ ଶିକ୍ଷିତ ବେକାରୀ ସମସ୍ୟା ଏକ ଜ୍ୱଳନ୍ତ ସମସ୍ୟା । ଏହାକୁ ନେଇ ଛାତ୍ର କଂଗ୍ରେସ ନେତା କହିଛନ୍ତି,"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ବର୍ଷ ୨ ଲକ୍ଷ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ୨୪ ବର୍ଷ ମଧ୍ୟରେ ତାହା ସମ୍ଭବ ହେଇପାରିଲା ନାହିଁ । ଏବେ ଓଡ଼ିଶା ସରକାରରେ ୨,୨୬,୦୦୦ ପଦବୀ ଖାଲି ପଡ଼ିଛି ବୋଲି ସ୍ୱୟଂ ସରକାର ସ୍ୱୀକାର କରିଥିବା ଆନ୍ଦୋଳନକାରୀ କହିଛନ୍ତି । ୯ ଲକ୍ଷ ବେକାର ଯୁବକଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ରାଜରାସ୍ତାରେ ଚିତ୍କାର କରୁଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାରେ ଖଣି ଓ ଶିଳ୍ପ ଭରି ରହିଛି । ଏଠି ସ୍ଥାନୀୟ ଲୋକ ଧୂଳି, ଧୂଆଁ ଖାଉଛନ୍ତି, ରୋଗାଗ୍ରସ୍ତ ହେଉଛନ୍ତି । ମାତ୍ର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଏଠିକାର ଶିଳ୍ପଗୁଡିକ ଟାଳଟୁଳି ନୀତି ଗ୍ରହଣ କରୁଛନ୍ତି ।" ଏଭଳି ଉଦାସୀନତା ଓ ପ୍ରତାରଣା କେତେ ଦିନ ଚାଲିବ ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀରାଜ ସରକାରଙ୍କୁ ପ୍ରଶ୍ନ କରିଛନ୍ତି l ଏଥିରେ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ବରିଷ୍ଠ କଂଗ୍ରେସ ନେତା ଲଳିତ ମୋହନ ନାୟକ, ଉତ୍ତମ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ରଘୁନାଥ ପାତ୍ର, ରତ୍ନାକର ଜେନା, ଆର୍ତ୍ତତ୍ରାଣ ଦାସ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଂଯୋଜକ ଆଶିଷ କୁମାର ପାତ୍ର, ରୁଦ୍ର ନାରାୟଣ ସାହୁ, ସୌମ୍ୟରଞ୍ଜନ ପଲେଇ, ସ୍ୱାଧୀନ କୁମାର ପାଣି, ଓମ କୁମାର, ଦେବାଶିଷ ଲୋହାର, ଆଶିଷ ସେଠି, ସଞ୍ଜୟ ନାଥ, ସତ୍ୟବ୍ରତ ପ୍ରଧାନ, ପ୍ରିନ୍ସ ନାଏକ ଓ ସ୍ମୁତିରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.