ଆନନ୍ଦପୁର: ପରୀକ୍ଷା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଙ୍କର ରାସ୍ତାରୋକ। କୋରୋନା ମାରାମାରୀକୁ ନେଇ +2 ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି କଲେଜ ଛାତ୍ର ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ ଛକରେ ଯୁକ୍ତ ୨ ପରୀକ୍ଷା ବାତିଲ୍ କରିବା ଦାବିରେ ଛାତ୍ର ମାନେ ରାସ୍ତାରୋକ କରିଥିଲେ । ଅନଲାଇନରେ ସମସ୍ତ ଛାତ୍ରଛାତ୍ରୀ ସଠିକ୍ ଭାବେ ପାଠ ପଢିପାରି ନ ଥିବା ଯୋଗୁଁ ବାତିଲ କରାଯାଉ ବୋଲି ଦାବି କରିଛନ୍ତି । ୧୦ ମ ଶ୍ରେଣୀର ପରୀକ୍ଷା ବାତିଲ୍ ହୋଇଥିବା କାରଣରୁ ସେମାନଙ୍କ ପରୀକ୍ଷା ମଧ୍ୟ ବାତିଲ୍ କରିବାକୁ ଦାବି କରିଥିଲେ ଛାତ୍ର । ଛାତ୍ର ମାନେ ସରକାର ଆମ ଭବିଷ୍ୟତ ସହିତ ଖେଳୁଛନ୍ତି । ଆମ ଫ୍ୟୁଚର କ'ଣ ଭଙ୍ଗା ଫର୍ଣ୍ଣିଚର କି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରମାନେ । ସେପଟେ ତୁରନ୍ତ ପୋଲିସ ପ୍ରଶାସନ ସହ ଆନନ୍ଦପୁର ତହସିଲଦାର ଛତ୍ର ଛାତ୍ରୀଙ୍କୁ ପହଞ୍ଚି ବୁଝାସୁଝା କରିବାରୁ ରାସ୍ତାରୋକ ହଟିଥିଲା ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ ,ଇଟିଭି ଭାରତ