ETV Bharat / state

ପରିବାର ପ୍ରତିପୋଷଣର ନୂଆ ପନ୍ଥା ‘ନଡିଆ ଲଡୁ’ - କେନ୍ଦୁଝର

ବଣ ଜଙ୍ଗଲ ଭରା ଜିଲ୍ଲାରେ ଆରାଧ୍ୟ ଦେବୀ ଭାବେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା’ ତାରିଣୀ । ବିଭିନ୍ନ ମାନସିକ ନେଇ ମା’ଙ୍କ ପାଖରେ ନଡିଆ ଭୋଗ ଚଢାନ୍ତି ଲେକେ । ପୂର୍ବେ ଏହି ନଡିଆ ପୂଜା ପରେ ନଷ୍ଟ ହେଉଥିବା ବେଳେ ଏବେ ଏହା ଅନେକ ଲୋକଙ୍କ ପାଇଁ ସାଜିଛି ରୋଜଗାରର ମାଧ୍ୟମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : May 11, 2019, 5:40 PM IST

Updated : May 11, 2019, 6:37 PM IST

କେନ୍ଦୁଝର: ବଣ ଜଙ୍ଗଲ ଭରା ଜିଲ୍ଲାରେ ଆରାଧ୍ୟ ଦେବୀ ଭାବେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା’ ତାରିଣୀ । ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଜମେ ଘଟଗାଁରେ । ତେବେ ଏଠାରେ ଲୋକେ ବିଭିନ୍ନ ମାନସିକ ନେଇ ମା’ଙ୍କ ପାଖରେ ନଡିଆ ଭୋଗ ଚଢାନ୍ତି । ପୂର୍ବେ ଏହି ନଡିଆ ପୂଜା ପରେ ନଷ୍ଟ ହେଉଥିବା ବେଳେ ଏବେ ଏହା ଅନେକ ଲୋକଙ୍କ ପାଇଁ ସାଜିଛି ରୋଜଗାରର ପନ୍ଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଗାଁ ଗହଳିରେ ମହିଳାମାନେ ଘରକାମ କରିବା ସହ ଏବେ ରୋଜଗାର ସ୍ବରୂପ ପ୍ରସ୍ତୁତ କରୁଛନ୍ତି ନଡିଆ ଲଡୁ । ଘଟଗାଁ ମନ୍ଦିର ତରଫରୁ ଟେଣ୍ଡରରେ ନଡିଆ ଆଣି ଗାଁ ଗାଁକୁ ଯୋଗାଯାଉଛି । ପରେ ଘରର ମହିଳାମାନେ ଏଥିରୁ ପ୍ରସ୍ତୁତ କରୁଛନ୍ତି ନଡିଆ ଘସା, ନଡିଆ ଲଡୁ ଓ ହାତରନ୍ଧା ନଡିଆ ତେଲ । ଯାହାର ଚାହିଦା ମଧ୍ୟ ବେଶ୍‌ ଅଧିକ ।

କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ପାରାଚୁଟ ଓ ଶାଲିମାର ଆଦି ବଡ ବଡ କମ୍ପାନୀଙ୍କର ମଧ୍ୟ ରହିଛି ଏହି ନଡିଆର ଚାହିଦା । ଫଳରେ ଘରେ ବସି ପେଟ ପାଇଁ ଦି ଓଳିର ଦାନା ଯୋଗାଡି ପାରୁଛନ୍ତି ଅନେକ ଲୋକ । କେବଳ ସେତିକି ନୁହେଁ ମନ୍ଦିର ବାହାରେ ନଡିଆରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ମଧ୍ୟ ବେଶ୍‌ ଲାଭବାନ ହେଉଛନ୍ତି ଦୋକାନୀ ।

ତେବେ ସମୟ କ୍ରମେ ମା’ଙ୍କ ପାଖରେ ଭୋଗ ଆକାରରେ ନଡିଆ ଲଡୁ ଓ ନଡିଆ କୋରା ମଧ୍ୟ ଲାଗିବା ଆରମ୍ଭ ହୋଇଛି । ଯାହା ଅନେକଙ୍କୁ ବ୍ୟବସାୟ ପାଇଁ ଏକ ଖୋରାକ ଯୋଗାଇଛି କହିଲେ କିଛି ଭୁଲ ହେବ ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ-ପରିବାରର ମୁହଁରେ ହସ ଫିଟେଇଛି ନଡିଆ ଲଡୁ 
ଆଙ୍କର- ବଣ ଜଙ୍ଗଲ ଭରା କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ହେଉଛନ୍ତି ମା ତାରିଣୀ । କେବଳ କେନ୍ଦୁଝର ନୁହେଁ  ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ମା ତାରିଣୀ ଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଘଟଗାଁ ଆସିଥାନ୍ତି । ମା ଙ୍କ ପ୍ରିୟ ଭୋଗ ଭାବେ ନଡ଼ିଆ ପୂଜା କରିଥାନ୍ତି । ବହୁ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଏହି ନଡିଆ କୁ ମାଙ୍କ ପାଖକୁ ପଠାଇଥାନ୍ତି । ଏହି ମାନସିକ ନଡ଼ିଆ କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମାଙ୍କୁ ପୂଜା କରଯାଇଥାଏ । ପୂର୍ବରୁ ଏହି ନଡ଼ିଆ ପୂଜା ପରେ ନଷ୍ଟ ହେଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ନଡ଼ିଆ ରୁ ପ୍ରସ୍ତୁତ ହେଲା ହାତ ରନ୍ଧା ନଡ଼ିଆ ତେଲ ,କୋରା ଓ ନଡ଼ିଆ ଲଡୁ । ଏହି ନଡ଼ିଆ ଲଡୁ ଧୀରେ ଧୀରେ ମାଙ୍କ ପ୍ରସାଦ ଭାବେ ପରିଚୟ ପାଇଲା । ଆଜି ଏହି ନଡ଼ିଆ ଲଡୁ କେବଳ ପ୍ରସାଦ ନୁହେଁ କିଛି ପରିବାରର ମୁହଁରେ ହସ ଫୁଟାଇ ପାରିଛି । ଏହି ମା ଙ୍କ ପାଖରେ ଲାଗି ହେଉଥିବା ନଡ଼ିଆ କୁ ଟେଣ୍ଡର କରା ହୋଇ ବିକ୍ରି ହୋଇଥାଏ । ଏହାକୁ ଆଣି ଉକ୍ତ ଘଟଗାଁ ଅଂଚଳର କିଛି ପରିବାର ନଡିଆ କୁ କୋରି ପରେ ପାଗ କରି ଏଥିରୁ ନଡ଼ିଆ ଲଡୁ ପ୍ରସ୍ତୁତ କରିଥାନ୍ତି । ଏହି ନଡ଼ିଆ ଲଡୁ ପ୍ରସ୍ତୁତ କରିବାରେ ମହିଳା ମାନେ ମୁଖ୍ୟତଃ ଭୁମିକା ଗ୍ରହଣ କରିଥାନ୍ତି । ଏହି ମହିଳା ମାନେ ନଡ଼ିଆ ରୁ ଅର୍ଜିତ ଟଙ୍କା ରେ ପରିବାରକୁ ପ୍ରତି ପୋଷଣ କରିବାକୁ ସକ୍ଷମ ହେଉଛନ୍ତି । ମା ଙ୍କ ଏହି ନଡ଼ିଆ ଲଡୁ ପ୍ରସିଦ୍ଧି ଲାଭ କରିଥିବାରୁ ମନ୍ଦିର ବାହାରେ ଦୋକାନ କରି କିଛି ବ୍ୟବସାୟୀ ମଧ୍ୟ ଲାଭବାନ ହେଇପାରୁଛନ୍ତି । ଏହି ନଡ଼ିଆରୁ ମଧ୍ୟ ତେଲ ନିଷ୍କାସନ କରି ରାଜ୍ୟ ବାହାରର ତେଲ କମ୍ପାନୀ କୁ ବିକ୍ରି କରାଯାଇପାରୁଛି। ତାରିଣୀ ପୀଠରେ ଲାଗି ହେଉଥିବା ନଡ଼ିଆକୁ ଟେଣ୍ଡରରେ ଆଣି କିଛି ବ୍ୟବସାୟୀ ତେଲ ନିଷ୍କାସନ କରି ଶାଳୀମାର ଓ ପାରାଚୁଟ କମ୍ପାନୀ କୁ ମଧ୍ୟ ବିକ୍ରି କରିପାରୁଛନ୍ତି । ଏହି ନଡ଼ିଆ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶତାଧିକ ଘଟଗାଁ ଅଂଚଳର ଗ୍ରାମବସୀ ଲାଭଦାୟକ ହେଇ ପାରୁଛନ୍ତି । ଏହି ନଡ଼ିଆ ଲଢୁ ଘଟଗାଁ ଅଂଚଳରେ ଏକ କୁଟୀରଶିଳ୍ପ ରେ ପରିଣତ ହୋଇଛି । 
ବାଇଟ-୧-ରାକେଶ ସାହୁ( ନଡ଼ିଆ କୋରା ଦୋକାନୀ)

ବାଇଟ-୨-ସସ୍ମିତା ନାଏକ( ଲଡୁ ପ୍ରସ୍ତୁତକାରୀ)

ବାଇଟ-୩-ସ୍ନେହଲତା ନାଏକ( ଲଡୁ ପ୍ରସ୍ତୁତକାରୀ)

ବାଇଟ-୪-ଦାରୁବ୍ରହ୍ମ ପଲେଇ ( ମାଲିକ,ନଡ଼ିଆତେଲ ପ୍ରସ୍ତୁତ କମ୍ପାନୀ)

ପିଟିସି
Last Updated : May 11, 2019, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.