ଆନନ୍ଦପୁର: ଜିଲ୍ଲାର ଆନନ୍ଦପୁର କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସୋମବାର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ସଂଘର୍ଷ ଘଟିଥିଲା । ଏହାକୁ ନେଇ ମଙ୍ଗଳବାର କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି ।
ଉତ୍ତେଜନା ଯୋଗୁଁ ଆନନ୍ଦପୁର ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏହାର ସମାଧାନ ପାଇଁ କଲେଜ ଅଧ୍ୟକ୍ଷ ଅଭିଭାବକମାନଙ୍କୁ ନେଇ କଲେଜ ପରିସରରେ ଏକ ବୈଠକ କରିଛନ୍ତି । ଅନ୍ୟପକ୍ଷରେ ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ କଲେଜକୁ ବନ୍ଦ ରହିବ ବୋଲି କହିଛନ୍ତି ଅଧ୍ୟକ୍ଷ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ